ସବଡେଗା ବ୍ଲକରେ ଲଗାଣ ବର୍ଷାରେ ଅନେକ ଘର ଧସିଲା, ତହସିଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

Spread the love

ସୁନ୍ଦରଗଡ ତା:୨/୯/୨୦୨୬(ସନ୍ଧାନ ନ୍ୟୁଜ) ଗତ ବ୍ଦୁଇ ଦିନ ଧରି ସୁନ୍ଦରଗଡ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାରଣିଂ ସୂଚନା ରହିଥିଲା । ଜିଲ୍ଲାର ସବଡେଗା ବ୍ଲକରେ ତାର ପ୍ରତିରୂପ ଦେଖିବାକୁ ମିଳିଛି । ଦୁଇଦିନ ଧରି ସବଡେଗା ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି । ରୀତିମତ ଲଗାଣ ବର୍ଷା ଫଳରେ ସବଡେଗା ତହସିଲରେ ଦେଖିବାକୁ ମିଳିଛି ଲୋକଙ୍କ ଲମ୍ବା ଲାଇନ୍ ।ଲୋକଙ୍କ ଘର ଧଶିବା ନେଇ ତହସିଲରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ୍ । ଲଗାଣ ବର୍ଷାକୁ କେନ୍ଦ୍ରକରି ସବଡେଗା ତହସିଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଥିଲା । ବିଗତ ଲଗାଣ ବର୍ଷାକୁ କେନ୍ଦ୍ରକରି ସବଡେଗା ବ୍ଲକରେ ଶହ ଶହ ଲୋକଙ୍କ ଘର ଧଶିଥିବା ବେଳେ ସମସ୍ତଙ୍କ ପାଇଁ ପଲିଥିନ୍ ବଣ୍ଟନ କାର୍ଯ୍ୟରେ ସବଡେଗା ତହସିଲ ବଡ ବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଦେଖିବାକୁମିଲିଥିଲା । ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ଧାହିଥିବା ଲୋକଙ୍କ ଘର ପାଇଁ ବ୍ଲକ ପ୍ରଶାସନ କେବେ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Related Posts

About The Author

Add Comment