“ଅର୍ଘ୍ୟ” ଅନୁଷ୍ଠାନର “ପ୍ରଥମ ବାର୍ଷିକ ଉତ୍ସବ-୨୦୨୬”,

Spread the love

କଟକ:  ୩୧/୮/୨୬ (ସନ୍ଧାନ ନ୍ୟୁଜ) : ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟ” ମହାନଦୀ ବିହାର, କଟକ ଦ୍ୱାରା ପରିଚାଳିତ “ଅର୍ଘ୍ୟ”ନୃତ୍ୟ, ସଙ୍ଗୀତ, ବାଦ୍ୟ ଓ କଳା ଅନୁଷ୍ଠାନର “ପ୍ରଥମ ବାର୍ଷିକ ଉତ୍ସବ-୨୦୨୬”, ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁକୂଲ୍ୟରେ ମହାନଦୀ ବିହାର, କଟକ ସ୍ଥିତ ମହାନଦୀ ନିବାସ (ଜଗନ୍ନାଥ ମନ୍ଦିର ପରିସର)ରେ ତା.୩୦ ୦୮ ୨୦୨୬ ରିଖ (ରବିବାର) ଦିବା ୯ ଘଟିକା ସମୟରେ ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଶ୍ରୀମତୀ ଲବଙ୍ଗଲତା ବିଶୋଇଙ୍କ ସଭାପତିତ୍ୱରେ ମହା ସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଶୁଭ ସମାବେଶରେ ମୁଖ୍ୟଅତିଥି ଭାବେ ମାନ୍ୟବର ପୂର୍ବତନ ବିଧାୟକ, ଚୈଦ୍ୱାର କଟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ କଳା ଓ ସଂସ୍କୃତର ବିକାଶରେ ରାଜ୍ୟର ବିକାଶ ହେଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଅଶ୍ୱିନୀ ସେଠୀ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଅଦିତ୍ୟ ପ୍ରତାପ ଧଳ, ବରେଣ୍ୟ ଅତିଥି ପ୍ରଫେସର ହୃଦାନନ୍ଦ ସ୍ୱାଇଁ, ସମ୍ବର୍ଦ୍ଧିତ ଅତିଥି ପ୍ରଫେସର ଡାକ୍ତର ନୀଳମାଧମ ରଥ,ବିଶିଷ୍ଟ ଚିକିତ୍ସକ, ଶ୍ରୀମତୀ ବନଲତା ସିଂହ, କବୟିତ୍ରୀ, ସମାଜସେବୀ ଡକ୍ଟର ଦ୍ୱୀପାୟନ ପଟ୍ଟନାୟକ ଯୋଗଦାନ କରିଥିଲେ । ଏହି ଅବସରରେ କୁନି କୁନି କଳକାରମାନଙ୍କୁ ମାନ୍ୟବର ପୂର୍ବତନ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଡକ୍ଟର ତ୍ରିଲୋଚନ ଜେନା ମଂଚ ସଂଯୋଜନା କରିଥିଲେ ଓ ସନ୍ତୋଷ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment