ଡିଭାଇନ ୱାଡ ଗାଇବିରା କଲେଜ ହଷ୍ଟେଲ ଛାତ୍ରୀ ନୀବାସରେ ଛାତ୍ରୀ ଙ୍କ ଆତ୍ମହତ୍ୟା

Spread the love

ସୁନ୍ଦରଗଡ ତା;୬/୮/୨୦୨୬(ସନ୍ଧାନ ନ୍ୟୁଜ) ଆଜି ଅପରାହ୍ନ ୩ଟା ରେ ଡିଭାଇନ ୱାଡ ଗାଇବିରା କଲେଜ ହଷ୍ଟେଲ ଛାତ୍ରୀ ନୀବାସରେ ଜଣେ ଛାତ୍ରୀ ନିଜ ଚୁନୀ ଦ୍ଵାରା ପଙ୍ଖା ରେ ଝୁଲି ଆତ୍ମହତ୍ୟା କରିଥିବା ନେଇ ଆଜି ତଲସରା ଥାନା ରେ ଅଭିଯୋଗ ହେବାପରେ ଘଟଣା ସ୍ଥଳରେ ତଲସରା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଶବ କୁ ଜବତ୍ କରିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ପୁର୍ବରୁ ଏକ ହାତଲେଖା ଚିଠି ପୋଲିସ ହାତରେ ଲାଗିଥିବା ଜଣାପଡିଛି । ଘଟଣା ନେଇ ଛାତ୍ର ଛାତ୍ରୀ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୁଚନା ମୁତାବକ ରାଜଗାଙ୍ଗପୁର ଵାଣ୍ଠୁପଡାର ସୁଜାତା ଟପ୍ପୋ ଗାଇଵୀରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦ୍ଵିତିୟ ବର୍ଷ ର ବିଜ୍ଞାନ ଛାତ୍ରୀ ଥିଲେ । ହେଲେ ଆଜି ମଧ୍ୟାହ୍ନ ରେ ଖାଇବା ଛୁଟିରେ ସେ ହଷ୍ଟେଲ କୁ ଖାଇବାକୁ ଯାଇ ଆଉ କ୍ଳାସ କୁ ଫେରି ନ ଥିଲେ। ଅପରାହ୍ନ ୩ଟା ରେ ଜଣେ ଛାତ୍ରୀ ହଷ୍ଟେଲ କୁ କୋଣସି କାମରେ ଯାଇ ‌ସୁଜାତା ଙ୍କ ମୃତ ଦେହ ପଙ୍ଖା ରେ ଝୁଲୁଥିବା ଦେଖିବାକୁ ପାଇ ଅଧ୍ୟାପକ ଙ୍କୁ ସୁଚନା ଦେଇ ଥିଲେ । ଏ ନେଇ ତଳସରା ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ରହିଛି ।

Related Posts

About The Author

Add Comment