ତିହିଡ଼ି ୧୮/୭/୨୬ (ସନ୍ଧାନ ନ୍ୟୁଜ)ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ବିରଞ୍ଚି ନାରାୟଣ ମନ୍ଦିର ପରିସର ରେ ଥିବା ଜଗନ୍ନାଥ ମନ୍ଦିର ର ରଥ ଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଛି। ସକାଳୁ ସକାଳୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସ୍ନାନ କରି ପୂଜା ଅର୍ଚ୍ଚନା କରା ଯାଇଥିଲା। ସମୟ ବାରଟା ପରେ ମହାରାଜ ଲକ୍ଷ୍ମଣ ଓଝା ମନ୍ଦିର ରେ ପହଞ୍ଚି ପୂଜାର୍ଚ୍ଚନା କରି ଥିଲେ। ମହାରାଜ ମହାପ୍ରଭୁ ଙ୍କ ପାଦପଦ୍ମ ରେ ପଡ଼ି ରଥ କୁ ଯିବା ପାଇଁ ଗୁହାରୀ କରିଥଲେ। ଦିନ ତିନିଟା ବେଳକୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇ ଥିଲା। ମହାରାଜ ଲକ୍ଷ୍ମଣ ଓଝା ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରି ରାଜ ନଅର କୁ ଫେରି ଯାଇଥିଲେ। ଭକ୍ତ ମାନଙ୍କ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଥିଲା ପାଳିଆ ଜଗନ୍ନାଥ ମନ୍ଦିର ପରିସର। ଘଣ୍ଟ ଘଣ୍ଟା, କୀର୍ତ୍ତନ ସହିତ ରଥ ମାଉସୀ ମା ମନ୍ଦିର କୁ ଗଡି ଥିଲା। ଏହି କାର୍ଯ୍ୟକ୍ରମ ରେ ଯେଉଁ ମାନେ ସହଯୋଗ କରିଥଲେ ସେମାନେ ହେଲେ କମିଟି ସମ୍ପାଦକ ଧନେଶ୍ଵର ବିଶ୍ୱାଳ, ପ୍ରଶାନ୍ତ କୁମାର ପଲେଇ, ପ୍ରବୀର କୁମାର ନାୟକ, ଅକ୍ଷୟ କୁମାର ଦାସ, ସରୋଜ କୁମାର ଦାସ, ଆନନ୍ଦ ନାୟକ, ହୃଦାନନ୍ଦ ନାୟକ, ଅନ୍ତର୍ଯ୍ୟାମୀ ନାୟକ, ଲିପୁ ନାୟକ, ଉଦୟ ନାଥ ଦାସ, ଉପେନ୍ଦ୍ର ନାଥ ବେହେରା, ଗୌରୀ ନାୟକ, ମନୋଜ କୁମାର ପାତ୍ର, କାଳନ୍ଦୀ ସାମଲ, ନବ କିଶୋର ଦାସ, ବାବାଜୀ ବେହେରା,ସତ୍ୟବ୍ରତ ନାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଆଗେଇ ନେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ପାଳିଆ ଜଗନ୍ନାଥ ମନ୍ଦିର ର ରଥ ଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ।
|
July 18, 2026 |



