ତିହିଡ଼ି ୧୭/୭/୨୬ (ସନ୍ଧାନ ନ୍ୟୁଜ) ବ୍ଲକ ଅନ୍ତର୍ଗତ ନୟା ନନ୍ଦ ପଞ୍ଚାୟତ ରେ ଥିବା ଜଗନ୍ନାଥ ମନ୍ଦିର ରେ ରଥ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ବାବା ବୈଷ୍ଣବ ଦାଶ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମହାରାଜ ରୁପେ ଭଦ୍ରକ ଜିଲ୍ଲାର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ କାର୍ତ୍ତିକ ମଣ୍ଡଳ ଛେରା ପହଁରା କରିଥଲେ। ଦିନ ପ୍ରାୟ ଗୋଟାଏ ବେଳକୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ପହଣ୍ଡି ବିଜେ ହୋଇ ଥିଲା। ଦିନ ତିନିଟା ବେଳକୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ରଥ ଟଣା ଆରମ୍ଭ ହୋଇ ଥିଲା। କମିଟି ପକ୍ଷରୁ ସବୁ ଭକ୍ତ ଙ୍କ ପାଇଁ ପ୍ରସାଦ ଯୋଗାଇ ଦିଆଯାଇଥିଲା। ସଭାପତି ଶ୍ରୀଯୁକ୍ତ ସୁଦର୍ଶନ ଦାଶ, ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର ଦାଶ, ସୁରେନ୍ଦ୍ର ବିଶ୍ୱାଳ, ସରପଞ୍ଚ ଶ୍ରୀମତୀ ନୀହରିକା ବିଶ୍ୱାଳ, ଭାଗିରଥି ବାଇୟାରୀ , ମିଟୁ ମହାପାତ୍ର, ଅମର ମଲ୍ଲିକ, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ଆଗେଇ ନେଇଥିଲେ। କିନ୍ତୁ ରଥ ଯାତ୍ରା ରେ DJ କୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିଲା। ରଥ ଯାତ୍ରା ରେ DJ କୁ କିଏ ଅନୁମତି ଦେଲା ବୋଲି ଭକ୍ତ ମାନେ ପ୍ରକାଶ କରି ଥିଲେ। ଏହି ବାଦ୍ୟ ଜଗନ୍ନାଥ ସଂସ୍କୃତି ପାଇଁ ଉପଯୋଗୀ ନୁହେଁ ବୋଲି ବହୁ ଭକ୍ତ ମାନେ ପ୍ରକାଶ କରିଥିଲେ। ଆସନ୍ତା ବର୍ଷ କୁ ଏଭଳି ଭୂଲ ହେବ ନାହିଁ ବୋଲି କମିଟି ପକ୍ଷରୁ ସୂଚନା ମିଳିଥିଲା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିଯୁଜ ସନ୍ଧାନ।
ନୟା ନନ୍ଦ ପଞ୍ଚାୟତ ରେ ଜଗନ୍ନାଥଙ୍କ ରଥ ଯାତ୍ରା
|
July 17, 2026 |



