ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯାଜପୁର ସଂସଦୀୟ କ୍ଷେତ୍ର ସଂପର୍କ ରେ ଆଲୋଚନା

Spread the love

୧୬ /୭/୨୬ (ସନ୍ଧାନ ନ୍ୟୁଜ) ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯାଜପୁର ସଂସଦୀୟ କ୍ଷେତ୍ର ସଂପର୍କ ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ରୀୟ ନେତା ସୁନୀଲ ବଂଶଲ୍, ଓ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ଥୋମାର ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲା ପ୍ରଭାରୀ ମାନ୍ୟବର ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଯାଜପୁର ଜିଲ୍ଲା ର ବିକାଶ ପାଇଁ ଏକ ବ୍ଲୁ ପ୍ରିଣ୍ଟ ମାନ୍ୟବର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କୁ ପ୍ରଦାନ କରି ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି କିପରି ଅଧିକ ଜିଲ୍ଲା ପରିଷଦ ଓ ପଞ୍ଚାୟତ ଦଖଲ କରିବ, ସେ ସଂପର୍କ ରେ ଆଲୋଚନା ହୋଇ ଥିଲା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment