ସୁନ୍ଦରଗଡ଼ ତା:୦୮-୦୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାହାଲ ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଖରେ ଥିବା ସୋଲାର ପମ୍ପ ଅନେକ ଦିନରୁ ଖରାପ ପଡ଼ିଥିବା ଯୋଗୁଁ ଜନ ସାଧାରଣ ଙ୍କୁ ଟୋପାଏ ପିଇବା ପାଇଁ ପାଣି ମିଳୁ ନ ଥିବା ସୂଚନା ମିଳିଛି l ବର୍ତ୍ତମାନ ଗ୍ରୀଷ୍ମ ସମୟ ଚାଲୁଥିବା ବେଳେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୁ ସ୍ବାସ୍ଥ୍ୟ ସମସ୍ୟା ନେଇ ଅଞ୍ଚଳର ସାଧାରଣ ଲୋକ ଆସୁଥିବା ବେଳେ ଲୋକେ ପାଣି ପାଇଁ ଡଓହଲ ବିକଳ ହୋଇ ବୁଲୁଥିବା ଦେଖିବାକୁ ମିଳିଛି l ଏ ବିଷୟରେ ରେ ଏଠାକାର ସରପଞ୍ଚ ମହୋଦୟା ଙ୍କୁ ଅଞ୍ଚଳ ଲୋକେ ବାରମ୍ବାର ସୂଚନା ଦେଲା ପରେ ମଧ୍ୟ ଏଥି ପ୍ରତି ଧ୍ୟାନ ନ ଦେଇ ଚୁପ ହୋଇ ରହିଥିବା ସୂତ୍ରରୁ ପ୍ରକାଶ । ତା ସହିତ ବ୍ଲକ ପ୍ରଶାସନର ପାନୀୟ ଜଳ ବିଭାଗ ଅଣଦେଖା କରିବା ଏକ ବଡ ପ୍ରଶ୍ନ ପାଲଟିଛି ।ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାର ଉପକୃତ ତଦାରଖ ନ ହେବା କାରଣରୁ ଲୋକେ ଅସୁବିଧା ଭୋଗୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ଅଞ୍ଚଳ ଲୋକେ କେବେ ମୌଳିକ ସୁବିଧା ପାଇବେ ।
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଖରେ ସୋଲାର ପମ୍ପ ଥାଇ ଟୋପାଏ ପିଇବା ପାଇଁ ଲୋକେ ଡହଲ ବିକଳ
|
May 8, 2026 |



