ଯାଜପୁର ସଦର, : ୪/୫/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତରେ ଶୁକ୍ରବାର ଦହିବରା ଖାଇ ୫୦ରୁ ଉର୍ଦ୍ଧ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ଦହିବରା ଖାଇ ଜୟନ୍ତରା ପଞ୍ଚାୟତର ପାଟପୁର, ନିଆରୀ ସାହି ,ଜୁନିନ୍ଦା ଗ୍ରାମର ବୟସ୍କ ମହିଳାଙ୍କ ସମେତ ୬ ଜଣ ଛୋଟ ଛୋଟ ଛୁଆ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।ଆକ୍ରାନ୍ତ ମାନଙ୍କୁ ପ୍ରଥମେ ଦଶରଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା।ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ଦଶରଥପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ସମସ୍ତଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଦଶରଥପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରଣୀ ସୂଚନା ଦେଇଛନ୍ତି।ଏତେ ମାତ୍ରାରେ ଲୋକମାନେ କାହିଁକି ଓ କେମିତି ଝାଡା ବାନ୍ତିରେ ଶିକାର ହେଲେ କାରଣ ଅସ୍ପଷ୍ଟ ହୋଇଥିଲେ ମଧ୍ୟ ଖବର ପାଇ ଦଶରଥପୁର ବ୍ଲକ ବିଡ଼ିଓ ଆକାଶ ପଟ୍ଟନାୟକ, ଜୟନ୍ତରା ସରପଞ୍ଚଙ୍କ ପ୍ରତିନିଧି ଅଜିତ ସାମଲ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଅମ୍ରିତା ପ୍ରିତମ ମଲ୍ହ,ଦଶରଥପୁର ଥାନା ଅଧିକାରୀ ସୁବ୍ରତ କୁମାର ସାହୁ,ଦଶରଥପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ, ବିଜେପି ନେତା ସୁବାଷ ମହାନ୍ତି,ବିଜେପି ମଣ୍ଡଳ ସଭାପତି ସୁନୀଲ ରାଉତ,ବିଜେପି ଯୁବନେତା ଚିତ୍ତରଞ୍ଜନ ସାମଲ ପ୍ରମୁଖ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେହିପରି ଯାଜପୁରରେ ଚିକିସ୍ଥିତ ଲୋକ ମାନଙ୍କୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର, ଯାଜପୁରର ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରି ଦାସ, ଯାଜପୁରର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ପ୍ରମୁଖ ଚିକିସ୍ଥିତ ଲୋକ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ରୋଗି ମାନଙ୍କୁ ଉତମ ଚିକିତ୍ସା ଯୋଗେଇ ଦେବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ | ସେହିପରି ଏହି ଝାଡା ବାନ୍ତିରେ ଆକ୍ରାନ୍ତ ପାଟପୁର ନିଆରୀ ସାହି ଗ୍ରାମର ସୁନ୍ଦରୀ ଯେନା ୭0 ବର୍ଷ ପ୍ରଥମେ ଦଶରଥପୁର ମେଡିକାଲରେ ଚିକିତ୍ସା ହେବା ପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲା | ହେଲେ ସେ ଯାଜପୁର ମେଡିକାଲକୂ ନଯାଇ ଘରକୁ ପଳାଇ ଥିଲେ | ଘରେ ତାଙ୍କର ମୃତ୍ୟୁ ଘଟିଥିଲା | ସୁନ୍ଦରୀ ଯେନାଙ୍କ ମୃତ୍ୟୁ ଖବର ପାଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣେଇ ଥିଲେ ଓ ଏଥିସହ ଶବଦାହ ପାଇଁ ସଙ୍ଗେ ସଙ୍ଗେ ୧0 ହଜାରେ ଟଙ୍କା ପ୍ରଦାନ କରିଥିଲେ |ରିପୋର୍ଟ ଲେଖା ହେବା ବେଳକୁ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି |



