ଯାଜପୁର ୨୨/୩/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ସଦର, ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡଃ ସତ୍ୟନାରାୟଣ ରାଉତରାୟଙ୍କ ବଡ଼ ଭାଇ ରବିନାରାୟଣ ରାଉତରାୟଙ୍କର ୧୯ତାରିଖ ଗୁରବାର ଦିନ ଆକସ୍ମିକ ଭାବେ ମୃତ୍ୟୁ ଘଟିଛି। ଗୋଆ ବୁଲିବା ପାଇଁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ ରବିନାରାୟଣ ରାଉତରାୟଙ୍କ ଘର ଯାଜପୁର ଜିଲ୍ଲା ତଳିହା ପଞ୍ଚାୟତ ହୀରାପୁର ଗ୍ରାମର ହୃଦରୋଗ ବିଶେଷଜ୍ଞ ଡଃ ସତ୍ୟନାରାୟଣ ରାଉତରାୟଙ୍କ ବଡ଼ ଭାଇ।ରବିନାରାୟଣ ରାଉତରାୟ ପାରାଦ୍ୱୀପ ପୋର୍ଟର ଅର୍ଥ ପରାମର୍ଶଦାତା ରୂପେ ୧୯୭୮ରୁ ୨୦୧୧ଯାଏ କାର୍ଯ୍ୟ କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଦୁଇ ପୁଅ ଦୁଇ ବୋହୁ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।ମରଶରୀରକୁ ଶ୍ରୀଯୁକ୍ତ ରାଉତରାୟଙ୍କ ଜନ୍ମ ମାଟିରେ ଦାହ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା।ଶ୍ରୀଯୁକ୍ତ ରାଉତରାୟଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ଯାଜପୁର ବିଧାୟିକା ସୁଜାତା ସାହୁ,ଯାଜପୁର ବିଜେଡି ସଭାପତି ସରୋଜ ମହାପାତ୍ର,ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ,ତଳିହା ସରପଞ୍ଚ ରଞ୍ଜିତା ଜେନା,ଦଶରପୁର ବ୍ଲକ ପୂର୍ବତନ ଅଧକ୍ଷ ରମେଶ ଚନ୍ଦ୍ର ସାମଲ, ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ, ବିଜେପି ଯୁବନେତା ଇନ୍ଦ୍ରଜିତ ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ଅଂଶୁଘାତରେ ହୃଦରୋଗ ବିଶେଷଜ୍ଞଙ୍କ ଭାତୃ ବିୟୋଗ
|
March 22, 2026 |



