ଯାଜପୁର ସଦର, ୧୦/୩/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଙ୍ଗଳପୁର ବଜାରସ୍ଥ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରାତନ ଛାତ୍ରସଂସଦ ପକ୍ଷରୁ ରକ୍ତଦାନ ଶିବିର ଓ ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିସରରେ ରବିବାର ଏହି ରକ୍ତଦାନ ଶିବିରର ଉଦ୍ଘାଟନୀ ସଭାରେ ପ୍ରଧାନ ଆଚାର୍ୟ୍ୟ ପ୍ରଫୁଲ୍ଲ ଆଚାର୍ୟ୍ୟ ଅଧ୍ୟକ୍ଷତା କରିଥିବାବେଳେ ପୁରାତନ ଛାତ୍ରସଂସଦର ସଭାପତି ସ୍ମୃତିରଞ୍ଜନ ସାମଲ ସଂଯୋଜନା କରିଥିଲେ। ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଦିଗମ୍ବର ସାହୁ, ସମାଜସେବୀ ସରୋଜ ବିଶ୍ୱାଳ, କଟକ ରେଡକ୍ରସ ସଭ୍ୟ ମିହିର ପରିଡା, ଉପସଭାପତି ଦିଲୀପ ସାମଲ, ସମ୍ପାଦକ କୈଳାସ ସାମଲ, କୋଷାଧ୍ୟକ୍ଷ ରବୀନ୍ଦ୍ର ପୃଷ୍ଟି, ଉପଦେଷ୍ଟା ପ୍ରବୀର ରାୟ, ଅଶୋକ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାନ ସମ୍ପର୍କରେ ଆଲୋଚନା କରିବା ସହ ପୁରାତନ ଛାତ୍ରଛାତ୍ରୀଙ୍କ ଏମିତି ପ୍ରୟାସକୁ ପ୍ରଶଂସା କରିଥିଲେ। କଟକ ରେଡକ୍ରସ ପକ୍ଷରୁ ରକ୍ତ ସଂଗ୍ରହ କରିଥିଲେ। ଆୟୋଜକଙ୍କ ସହ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ରକ୍ତଦାନ କରିଥିଲେ। ମୋଟ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ପୁରାତନ ଛାତ୍ରସଂସଦ ସଂଯୋଜକ ରଶ୍ମିରଂଜନ ସାହୁ, ସହସମ୍ପାଦକ ବନ୍ଦନା ବନ୍ଦିତା ସାମଲ, ସବ୍ୟସାଚୀ ନାୟକ, ସତ୍ୟଓଁକାର ମହାପାତ୍ର, ଅବିନାଶ ସାମଲ, ଶୁଭାଶିଷ ମହାପାତ୍ର, ସନ୍ଦୀପ ସତ୍ୟଜିତ ବେହେରା, ଯୋଗମାୟା ନାୟକ, ଐଶ୍ୱର୍ୟ୍ୟା ରାୟ, ସୋମ୍ୟରଞ୍ଜନ ସାମଲ, ସମ୍ବିତ କୁମାର ମଲ୍ଲିକ, ଚନ୍ଦନ ରାୟ, ଶିବାଶିଷ ପୃଷ୍ଟି, ଆଦିତ୍ୟ ହୋତା, ଚିନ୍ମୟ ଦାସ, ସ୍ନେହାଞ୍ଜନା ବିଶ୍ୱାଳ, ରାଜେଶ୍ୱରୀ ମଲ୍ଲିକ, ପ୍ରୀତିପ୍ରଜ୍ଞା ନାୟକ, ପ୍ରିୟଙ୍କା ସାମଲ, ଅଂଶୁଲିପ୍ସା ବାରିକଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲ ।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ତଦାନ ଶିବିର
|
March 9, 2026 |



