୪୫ତମ ବିଶ୍ୱଶାନ୍ତି ଗୀତାଯଜ୍ଞ ଉଦଯାପିତ

Spread the love

ଜେନାପୁର,୦୩/୦୩(ସନ୍ଧାନ ନ୍ୟୁଜ୍) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନ ବୃନ୍ଦାଦେଈପୁର ସୋମବାର ହାଟ ପଡିଆ ଠାରେ ୪୫ତମ ବାର୍ଷିକ ବିଶ୍ୱଶାନ୍ତି ଗୀତା ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି। ଓଁ ଶ୍ରୀଶ୍ରୀ ଯୁଗ ଆଖଡା କେ ନାଗା ବାବା,ଶ୍ରୀଶ୍ରୀ ପରମାନନ୍ଦ ବାବା,ଶ୍ରୀଶ୍ରୀ ବିହାରୀଲାଲ୍ ମାହାଭାରତୀ ଆବାହକଙ୍କ ସ୍ମୃତି ଉଦ୍ଦେଶ୍ୟରେ ୪୫ ବର୍ଷ ଧରି ଗୀତାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଯଜ୍ଞ ଉତ୍ସବରେ ବ୍ରାହ୍ମଣୀ ନଦୀରୁ ସୁଜ୍ଞାନୀ ପଣ୍ତିତଙ୍କ ଦ୍ୱାରା କର୍ତ୍ତାମାନେ କଳସ ଶୋଭାଯାତ୍ରାରେ ଆସି ଯଜ୍ଞପୀଠରେ ଘଟ୍ଟସ୍ଥାପନା କରିଥିଲେ। ଶୁକ୍ରବାର ଅଙ୍କୁରାରୋପଣ, କଳସାଧିବାସ ଓ ଯଜ୍ଞ ଆରମ୍ଭ ହୋଇଥିଲା । ରବିବାର ଅଗ୍ନି ସ୍ଥାପନ ସୂର୍ଯ୍ୟପୂଜା, ଗୋ ପୂଜା ଗୀତା ଯଜ୍ଞ, ଚଣ୍ଡୀପାଠ, ଯଜ୍ଞ କର୍ମ ସମ୍ପନ୍ନ ହୋଇଥିଲା। ସେହିପରି ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହେବା ସହିତ ସୋମବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଛି। ବିଶିଷ୍ଟ ପଣ୍ଡିତ ପ୍ରମୋଦ କୁମାର ପଣ୍ତା,ଉଦୟ କୁମାର ପଣ୍ତା,ବ୍ରଜମୋହନ ଶତପଥୀ ଓ ସହଯୋଗୀ ପରମେଶ୍ୱର ଶତପଥୀ,ଗୌରାଙ୍ଗ ଶତପଥୀଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଇଛି । ଏବଂ ବଟିନ ଖଟୁଆ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଯଜ୍ଞ ଉତ୍ସବରେ ସୁସଜ୍ଜିତ ଅଲୋକମାଳ ଯଜ୍ଞ କୁ ଖୁବ୍ ଆକର୍ଷଣୀୟ କରିଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ, ନାମ ସଂକୀର୍ତନ, ଭଜନ ସମାରୋହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣାହୁତି ପରେ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତବାସୀଙ୍କ ପକ୍ଷରୁ ପୁଣ୍ୟ ସହଯୋଗ କରାଯାଇଥିଲା। ଯଜ୍ଞ ଉତ୍ସବରେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Related Posts

About The Author

Add Comment