ସୁନ୍ଦରଗଡ଼ ତା:୧୨-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ଠାରେ ସମ୍ମାନିତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ତଲସରା ଗ୍ରାମ ପଞ୍ଚାୟତ ର ପ୍ରତ୍ୟେକ ଅଙ୍ଗନବାଡି ଶିକ୍ଷୟିତ୍ରୀ, ଆଶା କର୍ମୀ ତଥା ତଲସରା ଉଚ୍ଚ ବିଦ୍ୟାଳୟ ଓ ଅଞ୍ଚଳ ର ପ୍ରତ୍ୟେକ ଅଙ୍ଗନବାଡି ଅଧିନସ୍ଥ କିଶୋରୀ ମାନେ ଉପସ୍ଥିତ ଥିଲେ l ବାଲିଶଙ୍କରା ବ୍ଲକ ସୁପରଭାଇଜର ଶ୍ରୀମତି ଯଶୋଦା ନାଏକ ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ହୋଇଥିଲା l କିଶୋରୀ ବାଳିକା ମାନଙ୍କର ଓଜନ, ଉଚ୍ଚତା ଏବଂ ରକ୍ତ ପରୀକ୍ଷା କରିବା ସହିତ ମ୍ୟାଜିକ ଚେୟାର, ଗୀତ ପ୍ରତିଯୋଗିତା ତଥା ରଙ୍ଗୋଲି ପ୍ରତିଯୋଗିତା ସହିତ ଅନେକ ପ୍ରତିଯୋଗୀତା ଦେଖିବାକୁ ମିଳିଛି l ମ୍ୟାଜିକ ଚେୟାର ପ୍ରତିଯୋଗିତା ରେ ବେବି ସାହୁ ପ୍ରଥମ ସ୍ଥାନ ରେ ଉତୀର୍ଣ୍ଣ ହୋଇଥିବା ବେଳେ ସୀମା ଖୁଣ୍ଟିଆ ଦ୍ୱିତୀୟ ସ୍ଥାନ ତଥା କୁନି ଅଜଗର ତୃତୀୟ ସ୍ଥାନ ରେ ଉତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି, ସେହିପରି ଗୀତ ପ୍ରତିଯୋଗିତା ରେ ତନୁପ୍ରିୟା ଗରଡ଼ିଆ ପ୍ରଥମ ସ୍ଥାନ ରେ ଉତୀର୍ଣ୍ଣ ହୋଇଥିବା ବେଳେ ମମତା ଗନ୍ଧା ଦ୍ୱିତୀୟ ତଥା ତପସ୍ୱିନୀ ନାଏକ ତୃତୀୟ ସ୍ଥାନ ରେ ଉତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି l ରଙ୍ଗୋଲି ପ୍ରତିଯୋଗିତା ରେ ମୌସୁମୀ ଧାନ୍ଧି ପ୍ରଥମ ସ୍ଥାନ ରେ ଉତୀର୍ଣ୍ଣ ହୋଇଥିବା ବେଳେ ଶ୍ରୀ ଦେବି ସାହୁ ଦ୍ୱିତୀୟ ସ୍ଥାନ ତଥା ମିନାକ୍ଷୀ ବିରଗଣ୍ଠିଆ ତୃତୀୟ ସ୍ଥାନ ରେ ଉତୀର୍ଣ୍ଣ ହୋଇଥିଲେ ।ସମସ୍ତଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଶେଷ ରେ ବ୍ଲକ ସୁପରଭାଇଜର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ମାନିତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
|
February 12, 2026 |



