ଭଦ୍ରକ : ୧୦/୨ /୨୬ (ସନ୍ଧାନ ନ୍ୟୁଜ ) କିଛି ଦିନ ଧରି ଭଦ୍ରକ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ରେ ଯେଉଁ ଡ୍ରାମା ଚାଲିଛି, ତାକୁ ଯିଏ ଦେଖିବ, ସିଏ ଭାବିବ ଏମାନେ କୁଆଡେ ଓଡ଼ିଶା କୁ ସ୍ୱଚ୍ଛ ଶାସନ ଦେବେ। ଚବିଶ ବର୍ଷ ର ବିଜୁ ଜନତା ଦଳର ଶାସନ କୁ ଅନ୍ତ କରି ଭାରତୀୟ ଜନତା ପାର୍ଟି ଏକୁଟିଆ ଓଡ଼ିଶା କୁ ଶାସନ କରିବାପାଇଁ ବିଧାନସଭା ରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ଓଡ଼ିଶା ବାସୀ ଙ୍କ ହୃଦୟ ଜିଣି ବାରେ ସମର୍ଥ ହୋଇଛି। ବିଜେପି ଶାସନ ର ମାତ୍ର ପନ୍ଦର ମାସ ପରେ ବିଜୁ ଜନତା ଦଳର ବିପର୍ଯ୍ୟୟ ର ପର୍ବ ଭଦ୍ରକ ବାସୀ ଙ୍କ ମନ ରେ ବହୁତ ପ୍ରଶ୍ନ ସୃଷ୍ଟି କରିଛି। ବିଜୁ ଜନତା ଦଳର ତୁଙ୍ଗ ନେତାମାନେ ବିଜେଡି ହାତ ଛାଡ଼ି ବିଜେପି ରେ ଯୋଗ ଦେଇ ଦଳ କୁ ଦୁର୍ବଳ କରିବାରେ ଲାଗିଛନ୍ତି।ବାସୁଦେବପୁର ବ୍ଳକ ଅଧ୍ୟକ୍ଷ, ଭଦ୍ରକ ବ୍ଲକ ଅଧ୍ୟକ୍ଷ, ବନ୍ତ ବ୍ଲକର ଅଧ୍ୟକ୍ଷ ଓ ପୁର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ଲୁଲୁ ସାମଲ ବିଜୁ ଜନତା ଦଳ ଛାଡ଼ି ବିଜେପି ରେ ଯୋଗ ଦେବା ଘଟଣା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି। ଏବେ କଂଗ୍ରେସ ଦଳର ସ୍ଥିତି ଅନୁଧ୍ୟାନ କରିବା।ଭଦ୍ରକ ଜିଲ୍ଲାରେ ବାସୁଦେବପୁର,ଭଣ୍ଡାରିପୋଖରୀ, ଓ ଭଦ୍ରକ ରେ କଂଗ୍ରେସ ଦଳର ସ୍ଥିତି ବେଶ୍ ଭଲ।ଚାନ୍ଦବାଲି,ଓ ଧାମନଗର ରେ ଦଳ ବହୁ ଦୁର୍ବଳ।ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କଂଗ୍ରେସ ସଭାପତି ହେବା ପରେ ଦଳ ଓ କର୍ମକର୍ତ୍ତା ମାନେ ବହୁତ ଖୁସି ଥିଲେ କିନ୍ତୁ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପରେ ଦଳ ଭିତରେ ଛକା ପଞ୍ଝା ଆରମ୍ଭ ହୋଇ ଯାଇଛି। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି ଙ୍କ ପ୍ରଭାବ ଜିଲ୍ଲା ରେ ଦେଖିବାକୁ ମିଳୁନି। ଏବେ ଆମେ ଜାଣିବା ସରକାରୀ ଦଳ ଅର୍ଥାତ୍ ବିଜେପି ଦଳ କଥା। ତିନିଶହ ୟୁନିଟ୍ ବିଜୁଳି ଛାଡ, ସୁଭଦ୍ରା ଯୋଜନା ରେ ପ୍ରତ୍ୟେକ ମହିଳା ଙ୍କୁ ପଚାଶ ହଜାର,ଭତ୍ତା ତିନିହଜାର ପାଞ୍ଚ ଶହ, ପ୍ରତି ପଞ୍ଚାୟତ ରେ ନିଯୁକ୍ତି ଦେବାକୁ କହି ଭାରତୀୟ ଜନତା ପାର୍ଟି କ୍ଷମତା କୁ ଆସିଲା କିନ୍ତୁ କୌଣସି କାରଣରୁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇ ପାରିଲା ନାହିଁ। ବିଜୁ ଜନତା ଦଳ ଛାଡ଼ି ବିଜେପି ରେ ଯୋଗ ଦେଇ ଥିବା ନେତା ଙ୍କ ଗୁରୁତ୍ଵ ବଢ଼ୁ ଥିବାରୁ ପୁରୁଣା କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଦଳ ର ଟାଣୁଆ ନେତା ଶ୍ରୀଯୁକ୍ତ ମନମୋହନ ସାମଲ, ଏବେ ରାଜ୍ୟ ସଭାପତି, ଅନ୍ୟତମ ଟାଣୁଆ ନେତା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ନିଜ କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସିତ ହେବାରେ ଲାଗିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଆଗାମୀ ପଞ୍ଚାୟତ ନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନ ରେ କଣ ଘଟି ବାକୁ ଯାଉଛି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
|
February 10, 2026 |



