ବିଧାୟୀକାଙ୍କୁ ଅସମ୍ମାନ କରିବା ଘଟନା ଥାନା ଘେରିଲା ମହିଳା ବିଜେଡ଼ି

Spread the love

ଯାଜପୁର ସଦର,୦୨ା୧୨: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟୀକା ପ୍ରମିଳା ମଲିକଙ୍କୁ ଅସଳିନ ମନ୍ତବ୍ୟ ଦେବା ଘଟନା ସାମାଜିକ ଗଣମାଧ୍ୟମରେ ଅସାଳିନ ମନ୍ତବ୍ୟକୁ ନେଇ ଏହା ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ମହିଳା ସଭାନେତ୍ରୀ ଅହଲ୍ୟା ସ୍ୱାଇଁଙ୍କ ତତ୍ୱାବଧାନରେ ଶତାଧିକ ମହିଳା ଏକଜୁଟ ହୋଇ ବିଞ୍ଝାରପୁର ଥାନା ଘେରାଉ କରିବା ସହିତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଲିଖିତ ଆକାରରେ ମହିଳାଙ୍କ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ସାମାଜିକ ଗଣମାଧ୍ୟମ ଖବର ଦାତାଙ୍କ ରିପୋର୍ଟ ଅନୁଯାଇ ଯୋଗାଣ ବିଭାଗ ପକ୍ଷରୁ ୨୦୨୨ ମସିହାରେ ବିଞ୍ଝାରପୁର ବ୍ଲକର ପିଡ଼ିଏସ ଗହମ ବଣ୍ଟନ ଅନିୟମିତତା ହୋଇଥିବା ଏକ ଖବର ପ୍ରସାରଣ କରିଥିଲା । ଖବର ଦାତା ଏହି ଖବର ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ନିଜର ମତ ରଖିବା ପାଇଁ ବିଞ୍ଝାରପୁର ବିଧାୟୀକା ପୂର୍ବତନ ବାଚସ୍ପତି ବିରୋଧି ଦଳର ମୁଖୟ ସଚେତକ ପ୍ରମିଳା ମଲିକଙ୍କୁ ସିଧାସଳଖ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଯୁବ ବିଜେଡ଼ି ସଭାପତି ଦିଲିପ କୁମାର ରାଉଳ ଶତାଧିକ ସମର୍ଥକ ମାନଙ୍କୁ ନେଇ ଶନିବାର ଦିନ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ଆଣିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଅଭିଯୋଗକୁ ଭିତ୍ତିକରି ବିଞ୍ଝାରପୁର ଥାନା ଆଇଆଇସି ରଂଜନ କୁମାର ମଲିକ ସୂଚନା ପ୍ରସାରଣ ଅଧିକାରୀଙ୍କ ସାହିତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯୟାନୁଷ୍ଠାନ କରିବା ବୋଲି ବିଞ୍ଝାରପୁର ଥାନା ଆଇଆଇସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment