ସୁନ୍ଦରଗଡ ତା:୨୪/୧୧/୨୦୨୫(ସନ୍ଧାନ ନ୍ୟୁଜ) ଆଜି ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ଠାରେ ଉମାଶଙ୍କର ସବୁଜ ଦୁନିଆଁ ଲିମିଟେଡ଼ ଆନୁକୂଲ୍ୟରେ ଚାଷୀ ମାନଙ୍କୁ ଜୈବିକ ସାର ପ୍ରଣାଳୀ ରେ ଚାଷ କରିବା ପାଇଁ ଶିକ୍ଷା ତାଲିମ ଶିବିର ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ତଲସରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଯୁକ୍ତ ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ସଭାରେ ଉପସ୍ଥିତ ଥିଲା ବେଳେ ନାଏବ ସରପଞ୍ଚ ଶ୍ରୀ ମତି ସଂଯୁକ୍ତା ଟପ୍ପୋ, ୱାର୍ଡ ମେମ୍ବର ଶ୍ରୀ ମତି ପଦ୍ମାବତୀ ଗରଡ଼ିଆ ମୁଖ୍ୟ ଅତିଥି ଭାବରେ ଉକ୍ତ ସଭା ରେ ଉପସ୍ଥିତ ରହି ସଭା ର ଶୋଭା ବଢ଼ାଇଥିଲେ l ଆମ ସନ୍ଧାନ ନ୍ୟୁଜ ର ବାଲିଶଙ୍କରା ବ୍ଲକ ପ୍ରତିନିଧି ଶ୍ରୀ ଦୁର୍ଯ୍ୟୋଧନ ଗରଡ଼ିଆଙ୍କୁ ମଧ୍ୟ ଏହି ସଭାର ଅତିଥି ସତ୍କାର କରାଯାଇଥିଲା l ତା ଛଡା ତଲସରା ଗ୍ରାମ ପଞ୍ଚାୟତ ରୁ ଦୂର ଦୁରାନ୍ତର ରୁ ଆସିଥିବା ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ତଥା ଚାଷୀ ଗଣ ଉପସ୍ଥିତ ଥିଲେ l ଜୈବିକ ସାର ଦେଇ କିପରି ଚାଷ କରିଲେ ଭଲ ଫସଲ ଅମଳ ହେବ, ୟୁରିଆ, ପଟାସ ସାର ଦେଇ ଚାଷ କରିବା ଯୋଗୁଁ କଣ କଣ ଅସୁବିଧା ହେଉଛି କିମ୍ବା ହେବ ସେ ବିଷୟ ରେ ପୁଙ୍ଖା ନୁ ପୁଙ୍ଖ ଏହି ସୋସାଇଟି ର ସଭାପତି ଶ୍ରୀ ଯୁକ୍ତ ସୁମନ ରାଉତ ବୁଝାଇ ଥିଲେ l
ତଳସରାରେ ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ୟ ନିମନ୍ତେ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ସଭା ଅନୁଷ୍ଠିତ
|
November 24, 2025 |



