୪୧ ବର୍ଷରେ ପ୍ରଥମ ଥର ଘମାଘୋଟ୍‌ ଲଢେଇ, ଫାଇନାଲରେ ଭାରତ-ପାକିସ୍ତାନ

Spread the love

ସୁନ୍ଦରଗଡ ତା:୨୭/୯/୨୦୨୫( ସନ୍ଧାନ ନ୍ୟୁଜ) ଏସିଆ କପ୍‌ ସୁପର୍ ଫୋର ମୁକାବିଲାରେ ମାଟି କାମୁଡି ପକେଇଥିଲା ପାକିସ୍ତାନ । ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ଆଣ୍ଠେଇବା ପରେ ସୁପର୍ ଫୋର୍‌ ମୁକାବିଲାରେ ୬ ଓ୍ବିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ଆଉ ଏସିଆ କପ୍‌ରେ ବିଜୟ ଅଭିଯାନ ଜାରି ରଖିଛି ଟିମ୍ ଇଣ୍ଡିଆ ।ଚଳିତ ଏସିଆ କପ୍‌ରେ ଭାରତକୁ ଦୁଇ ଦୁଇ ଥର ଭେଟିଲାଣି ପାକିସ୍ତାନ । ସବୁ ଥର ଲଜ୍ଜାଜନକ ପରାଜୟ ବରଣ କରୁଛି । ତେବେ ଚଳିତ ଏସିଆ କପ୍‌ରେ ପୁଣି ଦେଖିବାକୁ ମିଳିପାରେ ଭାରତ-ପାକିସ୍ତାନ ମୁକାବିଲା ।ଏସିଆ କପ୍ (ଏସିଆ କପ୍ ୨୦୨୫)ର ୧୭ତମ ସଂସ୍କରଣ ଆଠଟି ଦଳ ସହିତ ଆରମ୍ଭ ହୋଇଥିଲା। ଦୁଇଟି ଦଳ ଏବେ ଟାଇଟଲ୍ ଦୌଡ଼ରେ ଅଛନ୍ତି ଏବଂ ୬ ଟିମ୍ ସ୍ୱଦେଶ ଫେରି ସାରିଛନ୍ତି। ଭାରତ ଓ ପାକିସ୍ତାନ ଏସିଆ କପ୍‌ ଫାଇନାଲକୁ ଯାଇଛନ୍ତି । ସେପ୍ଟେମ୍ବର ୨୮ ତାରିଖ ରବିବାର ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ହେବ ମହାଲଢେଇ । ଏହା ହେବ ଟାଇଟଲ୍‌ ଲଢେଇ । ତେଣୁ ସୁପର୍‌ ସଣ୍ଡେରେ ସୁପର ଫାଇଟ୍‌ ଦେଖିବାକୁ ମିଳିବ ।ଆଠଟି ଦଳକୁ ଚାରି ଜଣିଆ ଦୁଇଟି ଗ୍ରୁପରେ ରଖାଯାଇଥିଲା। ପ୍ରତ୍ୟେକ ଦଳ ସେମାନଙ୍କ ଗ୍ରୁପର ଅନ୍ୟ ତିନୋଟି ଦଳ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିଥିଲେ। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଭାରତ ଏବଂ ପାକିସ୍ତାନ ଗ୍ରୁପ୍ A ରୁ ଯୋଗ୍ୟତା ଅର୍ଜନ କରିଥିଲେ।ତେବେ ପାକିସ୍ତାନ ଭାରତ ଠାରୁ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା, ଯେତେବେଳେ ଟିମ୍ ଇଣ୍ଡିଆ ତିନୋଟି ମ୍ୟାଚ୍ ଜିତିଥିଲା। ଗ୍ରୁପ୍ B ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ଫୋର୍ କୁ ଉନ୍ନୀତ ହୋଇଥିଲେ। ଭାରତ ଏବଂ ବାଂଲାଦେଶ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ଏବଂ ଉଭୟଙ୍କ ୪ ପଏଣ୍ଟ ରହିଛି। ତଥାପି, ଭାରତର ନେଟ୍ ରନ୍ ରେଟ୍ ଅଧିକ ଥିବାରୁ ଦଳ ଶୀର୍ଷରେ ରହିଛି । ଭାରତ ପ୍ରଥମ ସ୍ଥାନରେ ଏବଂ ପାକିସ୍ତାନ ୨ୟ ସ୍ଥାନରେ ରହିଛି ।ସୁପର୍ ଫୋର ମୁକାବିଲାରେ ଭାରତ ପାକିସ୍ତାନ ଏବଂ ବାଂଲାଦେଶକୁ ପରାସ୍ତ କରିଥିବା ବେଳେ ଆଜି ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି । ଯାହାକି ରାତି ୮ଟାରେ ଆରମ୍ଭ ହେବ ।ଏସିଆ କପ୍ ୨୦୨୫ର ଫାଇନାଲ୍ ଆସନ୍ତା ରବିବାର ଦିନ ଅର୍ଥାତ ସେପ୍ଟେମ୍ବର ୨୮ ତାରିଖରେ ହେବ। ଭାରତ ଏବଂ ପାକିସ୍ତାନ ଦୀର୍ଘ ୪୧ ବର୍ଷ ପରେ ଏସିଆ କପ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି । ୧୯୮୪ରେ ଏସିଆ କପ୍‌ ଆରମ୍ଭ ହେବା ପର ଠାରୁ କେବେ ବି ଭାରତ ଏବଂ ପାକିସ୍ତାନ ଏସିଆ କପ୍‌ ଫାଇନାଲ ଖେଳିନାହାନ୍ତି । ଇତିହାସରେ ପ୍ରଥମ ଏସିଆ କପ୍‌ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଟିମ୍ ।

Related Posts

About The Author

Add Comment