ଜେନାପୁର,୯/୮(ସନ୍ଧାନ ନିୟୁଜ):ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ପଞ୍ଚାୟତ ମାଳହାଟ ନିକଟରେ ଏକ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ସୁକିନ୍ଦା ଥାନା ଅନ୍ତର୍ଗତ ସୁକରଣ ଗ୍ରାମର
ଅଭିରାମ ମଲିକଙ୍କ ସ୍ତ୍ରୀ ଦେବକୀ ମଲିକ, ସୁବାସ ମଲିକଙ୍କ ପୁଅ ହାଡ଼ିବନ୍ଧୁ ମଲିକ,ହାଡ଼ିବନ୍ଧୁ ମଲିକଙ୍କ ପୁଅ ଆୟୁଷ ମଲିକ,ନିତ୍ୟାନନ୍ଦ ମଲିକଙ୍କ ପୁଅ ଆୟୁଷ ମଲିକ ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ସୂଚନା ମିଳିଛି। ସୂଚନା ମୁତାବକ ସୁକିନ୍ଦା ଥାନା ସୁକରଣ ଗ୍ରାମର ନିଜ ଗ୍ରାମରୁ ବାହାରି ନିଜ ସମ୍ପର୍କୀୟଙ୍କ ଘର ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଲାଉଲଇ ଗ୍ରାମ କୁ ଯାଉଥିଲେ। ଜେନାପୁର ଥାନା ଅନ୍ତର୍ଗତ ମାଳହାଟ ନଦୀ ବନ୍ଧ ନିକଟରେ ତାଙ୍କୁ ଏକ କାର ଧକ୍କା ଦେବାରୁ ଭାରଶ୍ୟାମ ହରାଇ ପଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦାନଗଦି ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା।



