ସୁରେନ୍ଦ୍ର ବରାଳ ଜଣେ ପରୋପକାରୀ ଦରଦୀ ମଣିଷ ଥିଲେ

Spread the love

ଯାଜପୁର, ସନ୍ଧାନ ନ୍ୟୁଜ: ପରୋପକାର ହେଉଛି ଶ୍ରେଷ୍ଠ ମାନବଧର୍ମ ଏବଂ ମଣିଷ ପଣିଆର ନିଦର୍ଶନ । ନିଜ ପରସରରେ ସ୍ୱର୍ଗତ ସୁରେନ୍ଦ୍ର ବରାଳ ଜଣେ ପରୋପକାରୀ ଦରଦୀ ମଣିଷ ଥିଲେ । ନିଜ ଅଂଚଳର ବିକାଶ ପାଇଁ ସେ ଜୀବନବ୍ୟାପୀ ଉଦ୍ୟମ କରିଥିଲେ ବୋଲି ସୁରେନ୍ଦ୍ରଙ୍କ ଏକାଦଶାହରେ ଅନୁଷ୍ଠିତ ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଏହି ମତ ପ୍ରକାଶ କରିଛନ୍ତି ।ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଛୁତପୁର ଗ୍ରାମରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ସୁରେନ୍ଦ୍ରଙ୍କ ନିଜ ଗ୍ରାମରେ ଅନୁଷ୍ଠିତ ସ୍ମୃତିସଭାକୁ ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ରାଉତ, ଦେବେନ୍ଦ୍ର ରାଉତ, ମଦନ ରାଉତ ପ୍ରମୁଖ ସଂଯୋଜନା କରିଥିଲେ । ସର୍ବପ୍ରଥମେ ଜ୍ୟୋତି ରଂଜନ ବିଶ୍ୱାଳଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ଶ୍ରୀ ଜଗନ୍ନାଥଷ୍ଟକ ପାଠ କରାଯାଇ ଥିଲା ।ସ୍ମତିସଭା ପୂର୍ବରୁ ଧର୍ମଶାଳାର ସର୍ବମାନ୍ୟ ନେତା ତଥା ରାଜାସାହେବ ଗୁରୁଚରଣ ଟୀକାୟତ ଯୋଗଦେଇ ମୋର ବିଧାୟକ ସମୟରେ ଶ୍ରଦ୍ଧେୟ ସୁରେନ୍ଦ୍ର ଧର୍ମଶାଳାର ଉଦୀୟମାନ ନିଷ୍ଠାପର ଯୁବ ସଂଗଠକ ଥିଲେ ଏବଂ ମୋର ଏକାନ୍ତ ଅନୁଗତ ଥିଲେ ବୋଲି କହିଥିଲେ । ତାଙ୍କର ଅକାଳ ବିୟୋଗରେ ଟୀକାୟତ ଗଭୀର ଶୋକ ପ୍ରକାଶ କରିଥିଲେ । ସ୍ମୃତିସଭାରେ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ଏଥିରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ , ବରିଷ୍ଠ ଯୁବନେତା ସତୀଶ ବିଶ୍ୱାଳ ପ୍ରଥମେ ସୁରେନ୍ଦ୍ରଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସୁରେନ୍ଦ୍ରଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସୁରେନ୍ଦ୍ରବାବୁ ସମବାୟ ସଂଗଠନର ରାଜ୍ୟ ସ୍ତରରେ ନେତୃତ୍ୱ ନେଉଥିଲେ ବୋଲି ପ୍ରଣବ ମତ ପ୍ରକାଶ କରିଥିଲେ । । ଏଥିରେ ସତୀଶ କହିଥିଲେ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଗୁଆ ସମର୍ଥକ ଭାବେ ସୁରେନ୍ଦ୍ରବାବୁ ରାଜାସାହେବ ଗୁରୁ ଚରଣ ଟୀକାୟତଙ୍କ ପ୍ରମୁଖ ସଂଗଠକ ଥିବା ବେଳେ ସ୍ୱର୍ଗତ କଳ୍ପତରୁ ଦାସ ପ୍ରଥମ ଥର ବିଧାୟକ ହେବା ବେଳେ ସୁରେନ୍ଦ୍ର ଧର୍ମଶାଳାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଗୋକର୍ଣ୍ଣିକା ସଂପାଦକ ରମାକାନ୍ତ ଜେନା, କଂଗ୍ରେସ ନେତା କିଷାନ ପଣ୍ଡା, ବି.ଜେ.ପି ନେତା କାହ୍ନୁ ଚରଣ ଦାସ, ପ୍ରମୁଖ ଯୋଗଦେଇ ନିସ୍ୱାର୍ଥପର ଭାବେ ସୁରେନ୍ଦ୍ରଙ୍କ ପରୋପକାର ମାନସିକତା ଏବଂ ନିର୍ଭିକତା ଅନୁକରଣୀୟ ବୋଲି କହିଥିଲେ । ସର୍ବଶ୍ରୀ ସର୍ବେଶ୍ୱର ବେହୁରା, ଶ୍ରୀକାନ୍ତ ସାହୁ, ସରପଂଚ ପ୍ରତିନିଧି ପ୍ରଶାନ୍ତ ଗନ୍ତାୟତ, ଗୋଲଖ ପଲେଇ, ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ ବିଶ୍ୱାଳ, କାହ୍ନୁ ଚରଣ ସାହୁ, ଅନନ୍ତ ଚରଣ ରାଉତ, ପୂର୍ବତନ ସରପଂଚ ହରି ମଳିକ, ନିଳମଣୀ ପରିଡା, ଦୀନବନ୍ଧୁ କର, ସମାଜସେବୀ ତ୍ରିଲୋଚନ ରାଉତ, ସାମ୍ବାଦିକ ବସନ୍ତ ନାୟକ, ମାନସ ରଂଜନ ଜେନା, ପ୍ରମୋଦ ରାଉତ, ଗଗନ ଦାସ, ।ଂଜନ କୁମାର ଓଝା ପ୍ରମୁଖ ଯୋଗଦେଇ ସୁରେନ୍ଦ୍ର ନିଜ ଜୀବନରେ କରିଥିବା ମହତ କାର୍ଯ୍ୟ ଏବଂ ଅସମୟରେ ଲୋକ ମାନଙ୍କୁ ସାହାର୍ଯ୍ୟ ସହଯୋଗ ନେଇ ପ୍ରଶଂସା କରିଥିଲେ । ଏକାଦଶାହରେ ଦରିଦ୍ର ନାରାୟଣଙ୍କ ସେବା କରାଯିବା ସହ ବସ୍ତ୍ର ପ୍ରଦାନ ପରେ ମହାପ୍ରସାଦ ସେବନ , ବିଭିନ୍ନ ଡାକ୍ତରଖାନାରେ ରେଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇ ଥିଲା । ଶେଷରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

Related Posts

About The Author

Add Comment