ଭୁବନେଶ୍ୱର/ସନ୍ଧାନ ନ୍ୟୁଜ୍:ଗାଡିର ଫିଟନେସ୍ ନଥିଲେ ଏଥର ଗାଡି ହେବ ଜବତ। ଓଡ଼ିଶାରେ ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ଉପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁତ୍ଵ ଦେଇ ଏଭଳି କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବ ଓ ମାମଲା ମଧ୍ୟ ରୁଜୁ କରାଯିବ। ଫିଟନେସ୍ ନଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପି ହେବ ଯାଞ୍ଚ। ଏଣିକି ସଂପକ୍ତ ଗାଡ଼ିକୁ ଜବତ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ।ସେ ଆହୁରି କହିଛନ୍ତି ଯେ, ବାରମ୍ବାର ସଚେତନତା ସତ୍ତ୍ବେ ଏହାର ଉଲ୍ଲଘନ ହେଉଛି। ଏସବୁ ଗାଡ଼ି ଦ୍ବାରା ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜରକୁ ଆସିଛି। ଫିଟନେସ୍ ଓ ପଞ୍ଜୀକରଣ ବୈଧତା ସରିଥିବା ଗାଡ଼ିର ତାଲିକା କରି ଆକ୍ସନ ନିଆଯିବ। ଟୋଲଗେଟ୍ ଗୁଡ଼ିକରେ ବି ଫିଟନେସ୍ ନଥିବା ଗାଡ଼ିକୁ ଆଗକୁ ବଢ଼ିବାକୁ ଅନୁମତି ନଦେବାକୁ ନିବେଦନ କରାଯିବ। ତା’ସହ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ନିୟମର ଖିଲାପି ହେଲେ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ରୋକଠୋକ୍ ଶୁଣାଇଛନ୍ତି।
ଫିଟନେସ ନଥିଲେ ଗାଡ଼ି ହେବ ଜବତ୍ !
|
July 25, 2024 |