ସୁନ୍ଦରଗଡ,(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ): ସରକାର ସ୍ବଚ୍ଛତା ଉପରେ ଅନେକ କଥା କହୁଥିବା ବେଳେ ତାର ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳୁଛି । ସବଡେଗା ମୁଖ୍ୟରାସ୍ତା ଉପରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ନୀତି ଦିନିଆ କୁଢ଼ କୁଢ଼ ଆବର୍ଜନା ଜମାହେବାର ଚିତ୍ର ଦେଖାଯିବା ସହିତ ସବଡେଗା ସାପ୍ତାହିକ ହାଟ ସନ୍ଧ୍ୟା ନ ହେଉନୁ ବିଅର ବାର ତଥା ମଦ ର ବାର ଖୋଲିଥିବାର ଦୃଶ୍ୟ ପ୍ରତିଦିନର ପ୍ରଥା ପାଲଟିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ଅଞ୍ଚଲରେ ସ୍ୱଚ୍ଚ ଅଭିଯାନ ଗୃହ ସବୁ ମାଟି ସହିତ ଅନେକ ଜାବତିୟ ଜିନିଷରେ ପୋତି ହେବା ସହିତ ବ୍ଲକରେ ଥିବା ମୁଖ୍ୟ ଆବର୍ଜନା ଗୃହ ଖୋଲା ରହି ଅନୈତିକ କାର୍ଯ୍ୟ ହେଉଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ବ୍ଲକ୍ ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନ ର ଅବହେଳା ଯୋଗୁ ଆଗାମୀ ଦିନରେ ବର୍ଷା ସମୟ କାରଣରୁ ଲୋକେ ଅନେକ ମହାମାରୀ ରୋଗରେ ଆକ୍ରାନ୍ତ ହେବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ପ୍ରଶାସନ ଚେଇ ସୋଇଥିବା ସହ ସରକାର ପ୍ରହସନ ପାତ୍ର ପାଲଟି ଥିବା ଦେଖାଦେଉଛି ।ବିଶେଷ କରି ସ୍ଵଚ୍ଚତା କୁ କେନ୍ଦ୍ର କରି ଜନ ପ୍ରତିନିଧି ଆଗେଇ ନ ଆସିବା ଅଞ୍ଚଳରେ କ୍ଷୋଭ ବଢ଼ାଇବାରେ ଲାଗିଛି । ରାଜ୍ୟରେ ନୂତନ ସରକାର ଗଠନ ହେଲାପରେ ତାର ଅପାରଗତା ଓ ପ୍ରଶାସନ ଦୃଷ୍ଟି ନ ଦେବା କେତେ ଦୂର ଜନମତ କୁ ସଫଲ କରିବ ତାହା ଦେଖିବାକୁ ବାକି ରହିଛି ।
ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ନୀତି ଦିନିଆ କୁଢ଼ କୁଢ଼ ଆବର୍ଜନା
|
June 27, 2024 |
![](https://sandhannews.com/wp-content/uploads/2024/06/WhatsApp-Image-2024-06-26-at-9.23.34-PM.jpeg)