ଝାଲପଡ଼ା ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ

Spread the love

ଯାଜପୁର ସଦର, ୨୯ା୦୪: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଝାଲପଡ଼ା ପଂଚାୟତର ସରପଂଚ ଭାରତୀ ମଲିକଙ୍କ ତତ୍ୱାବଧାନରେ ଝାଲପଡ଼ା ପଂଚାୟତରେ ବିଜୁ ଜନତା ଦଳର କର୍ମି ସମ୍ମିଳନୀ ଅନୁଷ୍ଟିତ କରାଯାଇଚି । ଏହ ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥି ବିଶ୍ୱରଂଜନ ମଲିକ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବରୀ ମାଟିର ସେବା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଭରଷା କରିଛନ୍ତି ତାହାକୁ ପୁରଣ କରିବାଲାଗି ବରୀ ନିର୍ବାଚନ ମଣ୍ଡଳୀର ମତଦାତା ମାନଙ୍କୁ ଶ୍ରୀ ମଲିକ ନିବେଦନ କରିଛନ୍ତି । ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ମୋହର ମାରୀ ଝାଲପଡ଼ା ପଂଚାୟତର ଟେକ ରଖିବା ପାଇଁ ଶ୍ରୀ ମଲିକ ଆହ୍ୱାନ ଦେଇଛନ୍ତି । ଯାଜପୁର ଲୋକସଭା ପ୍ରାର୍ଥି ଶର୍ମିଷ୍ଠା ସେଠୀଙ୍କୁ ଏବଂ ବିଜୁ ଜନତା ଦଳର ପ୍ରାର୍ଥି ବିଶ୍ୱରଂଜନ ମଲିକଙ୍କୁ ଜୋଡ଼ି ଶଙ୍ଖରେ ମୋହର ମାରିବାଲାଗି କର୍ମିମାନଙ୍କୁ ଅନୁରୋଧ କରିଥିଲେ । ଏହି କର୍ମି ସମାବେଶରେ ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା, ପଂଚାୟତ ପର୍ଯ୍ୟବେକ୍ଷକ ଦିଲିପ ଜେନା, ୩୧ନଂ ଜିଲ୍ଲା ପରିଷଦ ସଭ୍ୟ ବନୋଦ ମାଝୀ, ଜିଲ୍ଲା ଉପସଭାପତି ଗନେଷ ମହାକୁଡ଼, ଝାଲପଡ଼ା ପଂଚାୟତର ଯୁବନେତା ପ୍ରମୋଦ ନାୟକ, ସରପଂଚ ଭାରତୀ ମଲିକ, ଝାଲପଡ଼ା ପଂଚାୟତ ସଭାପତି ସୁନିଲ ଜେନା, ଜିଲ୍ଲା ସମ୍ପାଦକ ଟୁଲୁ ସାହାଣୀ ଏବଂ ବାବୁଲି ମହାନ୍ତି ଯୋଗଦାନ କରି ଜୋଡ଼ି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେବାଲାଗି କର୍ମି ମାନଙ୍କୁ ଅନୁରୋଧ କରିଥିଲେ । ସେହିପରି ପ୍ରିୟନାଥ ରାଉତ, ଦିଲିପ ଜେନା, ସୁରେନ୍ଦ୍ର ରାଉତ, ଜିତେନ୍ଦ୍ର ସାହୁ, ନିରଂଜନ ଗନ୍ତାୟତ, କଳ୍ପତରୁ ନାୟକ, ସୁବାଷ ବିଶ୍ୱାଳ ଯୋଗ ଦେଇଥିବା ବେଳେ, ସମିତି ସଭ୍ୟ ନିର୍ମଳ ସାମଲ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment