ସୁନ୍ଦରଗଡ ତା:୨୬/୨/୨୦୨୪( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡ। ଜିଲ୍ଲାର କଲେକଟେରୀଏଟ ପରିସରରେ ଲୋକଙ୍କ ସୁବିଧା ପାଇଁ ଅନେକ ଅଫିସ ରହିଛି । ସେଥିରୁ ଡାକ ଅଫିସ ରହିଥିବା ବେଳେ ଲୋକଙ୍କ କାର୍ଯ୍ୟ ଅ ଉଯାଇ ସୁବିଧା ମିଳିପାରୁ ନ ଥିବା ଅଭିଯୋଗ ଦେଖିବାମୁ ମିଳିଛି । ଏହି ପରିସରରେ ଜିଲ୍ଲା ସହିତ ପ୍ରତ୍ୟେକ ଗ୍ରାମାଞ୍ଚଳର ଲୋକେ ନିର୍ଭର କରିବା ସହିତ ସରକାରୀ ଅଧିକାରୀ ମଧ୍ୟ ନିଜ କାର୍ଯ୍ୟ ତୁଲାଇବା ପାଇଁ ଏଥିରେ ନିର୍ଭର ହୋଇଥାନ୍ତି । ପ୍ରାୟତଃ ଏହି ପରିସରରେ ଜମି କାଗଜପତ୍ର ସହିତ କୋଟର ଅନେକ ବିଶେଷ କାର୍ଯ୍ୟ ସମ୍ପାଦନ କରାଯାଏ। ହେଲେ ଅନେକ ସମୟରେ ଡାକ ଅଫିସରେ ଆଇ.ପି.ଓ ଆଵଶ୍ୟକତା ଅନୁଯାଇ ନ ମିଳିବା ଯୋଗୁଁ ଜନସାଧାରଣ ହଇରାଣ ହେଉଥିବାର ବାରମ୍ବାର ଦେଖିବାକୁ ମିଳୁଛି ।ଏହା ସହିତ ଜିଲ୍ଲା ମୁଖ୍ୟ ଡାକଘରରେ ମଧ୍ୟ ତାହା ଯୋଗାଇ ନ ପାରୁଥିବାର ଅଭିଯୋଗ ଅନେକ ସମୟରେ ହୋଇଥିବା ଜଣାପଡିଛି । ତା ସହିତ ଆଇ.ପି.ଓ ର ଉଚିତ ପ୍ରାପ୍ୟ ନନେଇ ତାଠାରୁ ଅଧିକ ଟଙ୍କା କସୁଥିବା ସର୍ବସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି ।ଆଗକୁ ଦେଖିବାକୁ ବାକି ରହିଛି ଜିଲ୍ଲା ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେବ।
ସୁନ୍ଦରଗଡ କଲେକଟେରୀଏଟ ରେ ଥିବା ଡାକଅଫିସର ଜନ ସାଧାରଣଙ୍କୁ ସୁବିଧା ଦେବାରେ ଅକ୍ଷମ
|
February 26, 2024 |



