ତିହିଡ଼ି : ୭/୧୧/୨୬ (ସନ୍ଧାନ ନ୍ୟୁଜ) ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ବିଜୟାନନ୍ଦ କ୍ଲବ ପରିସରରେ ସମାଜସେବୀ ସ୍ବର୍ଗତ ଦେବଦତ୍ତ ନାୟକ ଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇ ଯାଇଛି। ବିଜୁ ଜନତା ଦଳର ତିହିଡ଼ି ବ୍ଲକ ର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ତାପସ ଦାଶ ଙ୍କ ପୌରହିତରେ ଅନୁଷ୍ଠିତ ସ୍ମୁତି ଚାରଣ ସଭା ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପୁର୍ବତନ ଧାମନଗର ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଦାସ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତା ଶ୍ରୀଯୁକ୍ତ ଅଜୟ ନାୟକ। ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ତିହିଡ଼ି ଥାନା ଅଧିକାରୀ ଲୋପାମୁଦ୍ରା ନାୟକ, ତିହିଡ଼ି ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ନାୟକ, ଧାମନଗର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ନେତା ଡାକ୍ତର ସଞ୍ଜୟ ଦାସ,ବରିଷ୍ଠ ନେତା ଗଣେଶ ନାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ। ସ୍ବର୍ଗତ ଦେବଦତ୍ତ ନାୟକ ଙ୍କ ସମ୍ପର୍କ ରେ ସୂଚନା ଦେଇ ରାଜେନ୍ଦ୍ର ଦାସ କହିଥିଲେ ସେ ଜଣେ ପର ଉପକାରୀ ଓ ବିକାଶ ପୁରୁଷ ଥିଲେ। ଡାକ୍ତର ସଞ୍ଜୟ ଦାସ ଙ୍କ ମତ ରେ ଦେବଦତ୍ତ ବାବୁ ପାଳିଆ ବିନ୍ଧା ପଞ୍ଚାୟତ ରେ ପୁନର୍ବାର ଜନ୍ମ ଗ୍ରହଣ କରି ଦୀନ ଦରିଦ୍ର ଜନତା ଙ୍କ ସେବା କରିବେ। ତିହିଡ଼ି ଥାନା ଅଧି କାରିଣୀ ଲୋପାମୁଦ୍ରା ନାୟକ, ବିଜେପି ନେତା ଅଜୟ କୁମାର ନାୟକ ଦେବଦତ୍ତ ନାୟକ ଙ୍କୁ ବିକାଶ ର ପୃଷ୍ଠା ବୋଲି ମତ ଦେଇଥିଲେ। ଅନ୍ୟ ସମସ୍ତ ନେତା ଦେବଦତ୍ତ ନାୟକ ଙ୍କ ଗୁଣାବଳି ସଂପର୍କ ରେ ଆଲୋଚନା କରି ଥିଲେ। ଏହି ସ୍ମୁତି ଚାରଣ ସଭା ରେ ପ୍ରାୟ ଏକ ହଜାର ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ ସମାଜ ସେବୀ ଶ୍ରୀଯୁକ୍ତ ସରୋଜ କୁମାର ଦାସ, ସମିତି ସଭ୍ୟ ଶ୍ରୀଯୁକ୍ତ ଜୀଵନ ଜ୍ୟୋତି ପଲେଇ, ନବକିଶୋର ମଲ୍ଲିକ, କିଶୋର ମଲ୍ଲିକ, ରଂଜିତ ପ୍ରସାଦ ଦାସ, ଭରତ ଚନ୍ଦ୍ର ସାହୁ, ଅମର ମଲ୍ଲିକ, ସ୍ମୁତି ଚାରଣ କମିଟି ସଭାପତି ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନାୟକ, ମଦନ ମୋହନ ମୁଦୁଲି, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶ୍ଵିନୀ ରାଉତ, ଅଜିତ ମହାନ୍ତି, ଅଶୋକ ମହାପାତ୍ର, ଖଗେଶ୍ବର ମଲ୍ଲିକ, ମନୋରଞ୍ଜନ ଦାସ, ପର୍ଶୁରାମ ନାୟକ, ଗଜେନ୍ଦ୍ର ପଲେଇ, ବହାବଲପୁର ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରୀୟବନ୍ଧୁ ମାଝୀ ଯୋଗ ଦେଇ ସ୍ବର୍ଗତ ଦେବଦତ୍ତ ନାୟକ ଙ୍କ ସ୍ମୁତି ଚାରଣ କରିଥଲେ। ଦେବଦତ୍ତ ନାୟକ ଙ୍କ ସାନଭାଇ ତଥା ଓମ୍ ଫାଣିଚର୍ ର ପରିଚାଳକ ଶ୍ରୀଯୁକ୍ତ ସ୍ଵଧନା ନାୟକ ଅତିଥି ପରିଚୟ ଓ ଧନ୍ୟବାଦ୍ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସଭା ସାଙ୍ଗ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ୍ ସନ୍ଧାନ
ସମାଜସେବୀ ସ୍ବର୍ଗତ ଦେବଦତ୍ତ ନାୟକ ଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ପାଳିତ।
|
November 7, 2026 |



