ଯାଜପୁର ସଦର, ୨୨ା୦୧: ମହାମହିମ ରାଜ୍ୟପାଳ ଯାଜପୁର ଜିଲ୍ଲାଗସ୍ତ କରିଥିବା ବେଳେ, ଦଶରଥପୁର ବ୍ଲକ ନିକଟସ୍ଥ ଖଣ୍ଡରା ପାଂୟତର ଜଣେ ଅସହାୟ ମହିଳାଙ୍କ ଘରକୁ ଯାଇ ମାନ୍ୟବର ରାଜ୍ୟପାଳ ୧ଲକ୍ଷ ଟଙ୍କା ଦେବାଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଷ ଦେଲେ । ଏହି ପଂଚାୟତର ଗିରିବ ମହିଳା ସରୋଜିନୀ ରାଉତ ରାଜ୍ୟପାଳଙ୍କ ନିକଟରେ କାନ୍ଦି କାନ୍ଦି ପରିବାରର ଆର୍ଥିକ ସମସ୍ୟା ସର୍ମ୍ପକରେ ଜଣାଇଥିଲେ । ମହିଳାଙ୍କ ଘରକୁ ମାନ୍ୟବର ରାଜ୍ୟପାଳ ଯାଇ ଘରର ଅବସ୍ଥା ଦେଖିବା ସହିତ ୧ଲକ୍ଷ ଟଙ୍କା ଦେବାଲାଗି ପ୍ରଶାସନକୁ ନିର୍ଦ୍ଦେଷ ଦେଇଥିଲେ । ଏହ ଅସହାୟ ମହିଳାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେବାଲାଗି ପ୍ରଶାସନକୁ ନିର୍ଦ୍ଦେଷ ଦେବା ସହିତ ଖଣ୍ଡରା ପଂଚାୟତ ବୁଲି ଦେଖିଥିଲେ । ସେହିପରି ସେହି ପଂଚାୟତ ଖଣ୍ଡରା ଗ୍ରାମର ପ୍ରଧାନମନ୍ତ୍ରି ଆବାସ ହିତାଧିକାୀ ପାର୍ବତୀ ସାହୁ ଏବଂ ଗୋଲାପ ଆବାସ ପରିଦର୍ଶନ ଅସହାୟ ମହିଳା ସ୍ୱାମୀ ଏବଂ ପୁଅକୁ ହରାଇ ଦୟନିୟ ଅବସ୍ଥାରେ ଦିନ କାଟୁଥିବା ବେଳେ ପାର୍ବତ୍ତୀ ସାହୁଙ୍କ ଚିକିତ୍ସା ପାଇଁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଭିନ୍ନ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସହାୟତା ଦିଆଯିବ ବୋଲି ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଷ ଦେଇଥିଲେ ।
ଅସହାୟ ମହିଳାଙ୍କ ଦୁଃଖ ବୁଝି ରାଜ୍ୟପାଳ ଆର୍ଥକ ସହାୟତା ପାଇଁ ନିର୍ଦ୍ଦେଷ ଦେଲେ
|
January 26, 2024 |



