ଯାଜପୁର ବ୍ଲକ କାର୍ଯ୍ୟାଳୟରେ ପିଇବା ପାଣି ସାତ ସପନ

Spread the love

ଯାଜପୁର ସଦର,୦୧ା୧୨: ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ପରିଶରକୁ ବିଜେପି ପକ୍ଷରୁ ବ୍ଲକ ଘେରାଉ କରିବା ପାଇଁ ସୂଚନା ପାଇ ଆମ ଜିଲ୍ଲା ପ୍ରତିନିଧି ଯାଜପୁର ବ୍ଲକକୁ ଯାଇଥିବା ବେଳେ, ବ୍ଲକ କାର୍ଯ୍ୟାଳୟର ଅବସ୍ଥା କହିଲେ ନସରେ, ପାନୀୟ ଜଳର ସୁବିଧା ରହିନଥିବା ବଳେ, ବ୍ଲକର କର୍ମଚାରୀଙ୍କୁ ଆମ ଜିଲ୍ଲା ପ୍ରତିନିôଦ ପଚାରିବାରୁ କର୍ମଚାରୀ କହିଲେ ଆକୁଆଗାଡ଼ ଏଠାରେ ଲଗାଯାଇନାହିଁ, ଦୁଷିତ ପାନୀୟ ଜଳ ନଳକୂପରୁ ବାହାରୁଥିବା ବଳେ, ଯାଜପୁର ସଦର ମହକୁମାର ସଦର ବ୍ଲକ ହୋଇଥିବାରୁ ଏବଂ ଯାଜପୁର ନିର୍ବଚାନ ମଣ୍ଡଳୀର ବିଜୁ ଜନତା ଦଳର ସାଙ୍ଗଠାନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏହି ବ୍ଲକରେ ଅବେବସ୍ଥାର ଚିତ୍ର ସାମ୍ନାକୁ ଆସିଚି । ଓଡ଼ିଶା ବିକାଶ ଦିଗରେ ଆଗୋଉଥିବା ବେଳେ, ଯାଜପୁର ବ୍ଲକରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ଲକ କାର୍ଯ୍ୟାଳୟ ବ୍ଲକ ଉନ୍ନୟନ ଅଧିକାରୀ(ବିଡ଼ିଓ) ଦିନ ୧୧ଟା ୪୦ମିନିଟ ପର୍ଯ୍ୟନ୍ତ କାର୍ଯ୍ୟାଳକୁ ବିଡ଼ିଓ ଆସିନଥିବା ଦେଖିବାକୁ ମିଳିଥିଲା । ଆମ ଜିଲ୍ଲା ପ୍ରତିନିଧି ପଚାରିବାରୁ ବ୍ଲକର ଜଣେ କର୍ମଚାରୀ ସାର ଆସୁଛନ୍ତି ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ, ସଦର ବ୍ଲକର ଅବସ୍ଥା କହିଲେ ନସରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଯାଜପୁର ବ୍ଲକ ଘେରାଉ ରହିଥିବା ବେଳେ, ବିଡ଼ିଓ ଅନୁପସ୍ଥିତ ରହିବା ଘଟଣା ବଡ଼ ଆଶ୍ଚମ୍ବିତ ଲାଗୁଚି । ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରାଯାଉଚି ।

Related Posts

About The Author

Add Comment