ରାଜସ୍ୱ ପର୍ଷଦ ସଚିବଙ୍କ ଦ୍ୱାରା ଯାଜପୁର ଜିଲା ରାଜସ୍ୱ କାର୍ଯ୍ୟ ସମୀକ୍ଷା ।

Spread the love

ଯାଜପୁର, ତା ୨୮ା୨ା୨୦୨୩ ରିଖ : ଆଜି ପୂର୍ବାହ୍ନରେ ଯାଜପୁର ଜିଲାପରିଷଦ ସମ୍ମିଳନୀ କକ୍ଷରେ ରାଜସ୍ୱ ପର୍ଷଦ ସଚିବ ଶ୍ରୀ ବିଜୟ କୁମାର ଉପାଧ୍ୟାୟ ଜିଲାର ତହସିଲ
ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରାର ଅଗ୍ରଗତି ଉପରେ ତହସିଲଦାର ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଚ୍ଥନ୍ତି । ଉକ୍ତ ବୈଠକରେ ଯାଜପୁର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର, ରାଜସ୍ୱ ପର୍ଷଦ ଅତିରିକ୍ତ ସଚିବ ଶ୍ରୀ ସରୋଜ କୁମାର ସାହୁ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ ଏବଂ ଉପ-ଜିଲାପାଳ ଶ୍ରୀ ଗୋପୀନାଥ କୁଅଁର ମଞ୍ଚାସୀନ ହୋଇ ଜିଲାର ରାଜସ୍ୱ କାର୍ଯ୍ୟକ୍ରମର ଅଗ୍ରଗତି ସସ୍ୱନ୍ଧରେ ସଚିବଙ୍କ ସହ ଆଲୋଚନା କରିଥିଲେ । ରାଜସ୍ୱ ପର୍ଷଦ ସଚିବ ଶ୍ରୀ ଉପାଧ୍ୟାୟ ଜିଲାରେ ଜମିବାଡି କ୍ରେତା ଓ ବିକ୍ରେତାରେ ନୂତନ ମାଲିକାନା (ମ୍ୟୁଟେସନ କେସ), ବେବନ୍ଦୋବସ୍ତ କେସ୍ , ଓଏଲ୍‌ଆର୍‌-୮(କ), ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧିନରେ ଥିବା ଜମିକୁ ସେମାନଙ୍କ ନାମରେ କରିବା, ଟିକସ ଓ ଜୋରିମାନା ଆଦାୟ କରିବା, ଧାତୁଜ ଓ ଖଣିଜ ସମ୍ପଦ ଗୁଡିକର ରୟାଲଟି ଆଦାୟ କରିବା, ସରକାରୀ ଜମି ଜବରଦଖଲର ଉଚ୍ଚେ୍ଥଦ କରିବା, ବସୁନ୍ଧରା ଯୋଜନା, ରାଜସ୍ୱ ବିଭାଗ ଅଧିନ ଗୃହ ଗୁଡିକର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଆଦି କାର୍ଯ୍ୟକ୍ରମ ଗୁଡିକୁ ତହସିଲଦାର ମାନେ ଚଳିତ ମାର୍ଚ୍ଚ ମାସ ସୁଦ୍ଧା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଖର୍ଚ୍ଚ ସାର୍ଟିପିଂକେଟ ସରକାରଙ୍କୁ ଠିକ୍ ସମୟରେ ପ୍ରଦାନ କରିବା ଆଦି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର(ରାଜସ୍ୱ) ଶ୍ରୀ ରଂଜନ କୁମାର ସିଂହ , ତହସିଲଦାର, ବରୀ ଶ୍ରୀମତୀ ତିଳୋତ୍ତମା ପୃଷ୍ଟି, ତହସିଲଦାର, ଯାଜପୁର ଶ୍ରୀ ଜ୍ୟୋତିକାନ୍ତ ଭୁଜବଳଙ୍କ ସମେତ ବିଭିନ୍ନ ତହସିଲର ତହସିଲଦାର ଏବଂ ତହସିଲ କର୍ମଚାରୀମାନେ ଉପସ୍ଥିତ ଥିଲେ

Related Posts

About The Author

Add Comment