ଜିଲ୍ଲା ପ୍ରଶାସନ ପକ୍ଷରୁ କେ.ଏନ୍‌.ଡି.ଏ. ସମ୍ମିଳନୀ ଗୃହ, ବ୍ୟାସନଗର ଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Spread the love

ଯାଜପୁର, ତା ୧୩ା୦୨ା୨୦୨୩ ରିଖ : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ନରେ କେ.ଏନ୍‌.ଡି.ଏ. ସମ୍ମିଳନୀ ଗୃହ, ବ୍ୟାସନଗର ଠାରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଚ୍ଥି । ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲା, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଶିବିରକୁ ଆସିଥିବା ସମୁଦାୟ ୨୧ ଗୋଟି ଅଭିଯୋଗର ଶୁଣାଣି କରିଥିଲେ । ଊକ୍ତ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେଉରିଆ, ଡେପୁଟି କଲେକ୍ଟର, ଅଭିଯୋଗ ଶ୍ରୀମତୀ ପ୍ରଜ୍ଞା ହୋତା, ତହସିଲଦାର, ବ୍ୟାସନଗର ଶ୍ରୀ ଅଶୋକ କୁମାର ମାଝି, ବିଡିଓ,କୋରାଇ ଶ୍ରୀ ରଂଜନ କୁମାର ପରିଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା,ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଲ୍ଳାଊଦ୍ଦିନ ଖାନ୍‌ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୨୧ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୪ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୦୪ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୦୨ ଗୋଟି ଅଭିଯୋଗ ଥିଲା । ଶିବିର ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ମିଶ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲା ମିଳିତ ଭାବେ ୦୭ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିଲେ । ଅଭିଯୋଗ ଗୁଡିକ ମଧ୍ୟରେ ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ସମାଧାନ ଜନିତ ଦରଖାସ୍ତ ଏବଂ ସାମୁହିକ ସେବା ଜନିତ ଦରଖାସ୍ତ ଗୁଡିକ ପ୍ରଶାସନର ହସ୍ତଗତ ହୋଇଥିଲା । ଜନ ଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି, ପେଂବୃୟାରୀ ୨୦ ତାରିଖ ସୋମବାର ଦଶରଥପୁର ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଏବଂ ୨୭ ତାରିଖ ସୋମବାର ସୁକିନ୍ଦା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସଂପୃକ୍ତ ବ୍ଳକର ଜନସାଧାରଣମାନେ ନିଜ ନିଜର ଆପତ୍ତି ଅଭିଯୋଗ ଥିଲେ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ଊପସ୍ଥିତ ରହି ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଚ୍ଥି ।

Related Posts

About The Author

Add Comment