ରାଇରଙ୍ଗପୁର -୩୦/୧/୨୦୨୩ପରେଶ୍ଚନ୍ଦ୍ର ଷଡ଼ଙ୍ଗୀ/ସନ୍ଧାନ ନ୍ୟୁଜ୍ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ କଲେଜ ର ଛାତ୍ର ଓ ଛାତ୍ରୀ ଙ୍କ ସଭାଯାତ୍ରା। ସୂଚନାଯୋଗ୍ୟ ଯେ, ବିଭିନ୍ନ କଲେଜ କୁ ସରକାର ଅଣଦେଖା କରୁଛନ୍ତି ବୋଲି ଆଜି ସମସ୍ତ କଲେଜର ଛାତ୍ର ଛାତ୍ରୀ ରୁଣ୍ଡିଭୂତ ହୋଇ ପଦ ଯାତ୍ରାରେ ଦାବି ସ୍ଲୋଗାନ କରିଥିଲେ।ସେ କହିଛନ୍ତି ଯେ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାରେ ଥିବା ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦବୀ ପୁରଣ କରାଯାଉ। ଏବଂ ସେମିଷ୍ଟର ପରୀକ୍ଷା ଫଳକୁ ଦି୪୮ନମଧ୍ୟରେ ପ୍ରକାଶ କରାଯାଉ। ମୟୂରଭଞ୍ଜ ରେ ଥିବା ସମସ୍ତ ବିଦ୍ୟାଳୟ ର ଜମିକୁ ନିଜ ମହା ବିଦ୍ୟାଳୟ ର ନାମରେ ପଞ୍ଜିକରଣ କରାଯାଉ। ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ରେ ବୃଦ୍ଧି ପାଉଥିବା ଫିସ୍ କୁ ନିୟନ୍ତ୍ରଣ କରିବା ନିମିତ୍ତ ସ୍ଵତନ୍ତ୍ର ଗଠନ କରାଯାଉ।ସେ କହିଛନ୍ତି ମୟୂରଭଞ୍ଜ ଜିଲ୍ଲାରେ ଏକ କ୍ରିଡା ବିଶ୍ଵବିଦ୍ୟାଳୟ ସ୍ଥାପନ କରାଯାଉ। ଏବଂ ମହିଳା ହିଂସାକୁ ରୋକିବା ପାଇଁ ଆଇନ୍ କୁ କଡ଼ା କଡି କରନ୍ତୁ ରାଜ୍ୟ ସରକାର ଏବଂ ରାଇରଙ୍ଗପୁର ଠାରେ ଜନଜାତି ବିଶ୍ଵବିଦ୍ୟାଳୟ ସ୍ଥାପନ କରାଯାଉ। ଏବଂ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ କରାଯାଉ। ରାଇରଙ୍ଗପୁର ମହାବିଦ୍ୟାଳୟ କୁ ସ୍ଵୟଂ ଶ୍ଵାସିତ ମହାବିଦ୍ୟାଳୟ ର ମାନ୍ୟତା ଦିଆଯାଉ। ମୟୂରଭଞ୍ଜ ଜିଲ୍ଲାରେ ଥିବା ପ୍ରତିଟି କଲେଜ କେମ୍ପସ୍ ରେ ଅଣଛାତ୍ର ପ୍ରବେଶ କୁ ନିଷେଧ କରାଯାଉ। ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି କଲେଜ କେମ୍ପସ୍ ର ଉନ୍ନତି କରାଯାଉ ବୋଲି ସେ ଦାବି କରିଛନ୍ତି।
କଲେଜ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ଦାବି ସଭାଯାତ୍ରା
|
January 31, 2023 |
