ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ

Spread the love

ସୁନ୍ଦରଗଡ,୨୯/୦୧ ୨୩,(ସନ୍ଧାନ ନିଉଜ/ରାଜୁ ପଟେଲ ):ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ । ଆଜି ଅପରାହ୍ନରେ ପୋଲିସ ଏ ଏସ୍ ଆଇ ଦ୍ୱାରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ଭର୍ତ୍ତି କରାଯାଇଥିଲା।ଆପୋଲୋ ହସପିଟାଲରେ ଗୁରୁତର ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି। ତାଙ୍କର ବାମପଟ ଛାତିରେ ଗୁଳି ବାଜିଥିଲା ଏବଂ ଝାରସୁଗୁଡ଼ାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ ତାଙ୍କୁ ଭୁବନେଶ୍ବର ଅଣାଯାଇ ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଇଥିଲା। ସମସ୍ତ ପ୍ରକାର ଚେଷ୍ଟା କରାଯାଇସତ୍ତ୍ବେ ମନ୍ତ୍ରୀ ନବ ଦାସଙ୍କ ବଞ୍ଚାଯାଇ ପାରିଲାନାହିଁ। ଆଜି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଫୁସ୍ ଫୁସ୍ ଓ ହୃତ୍‌ପିଣ୍ଡରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିଲା । ତାଙ୍କ ନିଧନ ରେ ବିଜେଡିର ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସନ୍ଧାନ ନିଉଜ ପରିବାର ତରଫରୁ ମଧ୍ୟ ତାଙ୍କ ଅମର ଆତ୍ମାକୁ ଗଭୀର ଶ୍ରଦ୍ଧାଞ୍ଜଳି ।

Related Posts

About The Author

Add Comment