ଚଣ୍ଡିଖୋଲ, ୧୬/୦୬ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ନିକଟସ୍ଥ ଜାତୀୟ ରାଜପଥ କଡରେ ବିଭନ୍ନ ହୋଟେଲ ମାନ ଗଢ଼ି ଉଠିଛି । ଗ୍ରାହକଙ୍କୁ ସ୍ୱଦ୍ୟଯୁକ୍ତ ଖାଦ୍ୟ ଦେବା ନାମରେ ପ୍ରତିଦିନ ଘୋରାଇ ଏବଂ ବାହାରୁ ଆସୁଥିବା ଗ୍ରାହକ ମାନଙ୍କୁ ଲୁଟୁଛନ୍ତି । ଏପରକି ନିଜ ମନ ମୁତାବକ ରେଟ୍ ଚାର୍ଟ ତିଆରି କରି ଗ୍ରାହକଙ୍କୁ ଲୁଟିବାରେ ଲାଗିପଡିଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗ୍ରାମଂଚଳ ହୋଇଥିବା ବେଳେ ଏଠାରେ ସରକାରୀ ଟ୍ୟାକ୍ସ ଦେବାକୁ ପଡିନଥାଏ । ଯେହେତୁ ସରକାରୀ ଟିକସ ପାଙ୍କି ହେବ ସେନେଇ ଏଠାରେ ହେଟେଲ ଖୋଲିବାକୁ ଅଧିକ ଖଚ୍ଚ କରିବାକୁ ପଡିନଥାଏ । ତେଣୁ ରାସ୍ତା କଡରେ କୌଣସି ଏକ ଘରୋଇ ହେଟେଲ ତିଆରି କରି ବାସି ଖାଦ୍ୟ ସହିତ ନମ୍ନ ମାନର ଖାଦ୍ୟ ପ୍ରଦାନ କରି ବେଶ ଦୁଇପଇସା ରୋଜଗାର କରିଥାନ୍ତି । ସେହିପରି ଗତ ଦୁଇଦିନ ତଳେ ଦୁଇଜଣ ଭାଇ ଭଉଣୀ ମେଡିକାଲ ଯାଇ ଫେରୁଥିବା ବେଳେ ସେମାନେ ନେଉଳପୁର ନିକଟସ୍ଥ ଯମୁନା ରେଷ୍ଟୁରାଂଟରୁ ଖାଦ୍ୟ ଭାତ ଚଣା, ଛତୁ ତରକାରୀ ଜଣଙ୍କ ପାଇଁ କିଣିଥିଲେ । ଏପରକି ଏହି ୩ଟି ଖାଦ୍ୟ ବାବଦକୁ ୪୦୦ଟଙ୍କା ମାଗିଥିଲେ । ମାତ୍ର ମେଡିକାଲରୁ ଫେରୁଥିବାରୁ ସେମାନଙ୍କ ନିକଟରେ ଅଧିକ ଟଙ୍କା ନଥିବାରୁ ଗୋଟିଏ ଫେରାଇବାକୁ କହିଥିଲେ । ମାତ୍ର ହେଟେଲ କର୍ମଚାରୀ ନଫେରାଇବା ସହିତ ଉକ୍ତ ଦୁଇଭାଇ ଭଉଣୀଙ୍କୁ ଅଟକ ରଖିଥିଲେ । ଏହି ଘଟଣା ପରେ ସାମଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଥିଲା । ସେହିପରି ହୋଟେଲ ଖାନା ଖଜନା ହେଟେଲରେ ଥାଳି ଭାତରେ ସ୍ୱଳ୍ପ ସ୍ୱଳ୍ପ ଖାଦ୍ୟ ଦେଇ ପ୍ରତି ନିରାମିଶ ଥାଳି ପିଛା ୧୯୦ଟଙ୍କା ଗ୍ରାହକଙ୍କ ଠାରୁ ନେଉଛନ୍ତି । ଏପରକି ସେକା ପାମ୍ପଡ ଗୋଟା ୨୦ଟଙ୍କା ନେଉଛନ୍ତି । କିଛି ଦିନ ତଳେ ଏହି ଖାନା ଖଜନା ହୋଟେଲରେ ବାସି ଖାଦ୍ୟା ଦେଉଥିବା କାରଣରୁ ଖାଦ୍ୟ ସୁରକ୍ଷା ବିଭାଗ ଚଢ଼ାଉ କରି ମୋଟା ଅଙ୍କର ଜୋରିମାନା ଆଦାୟ କରିଥିଲେ । ଏଠି ପ୍ରଶ୍ନ ଉଠୁଛି ହେଟେଲ ଗୁଡିକ କୌଣସି ଟ୍ୟାକ୍ସ ନଦେଇ ଗ୍ରାହକଙ୍କ ଠାରୁ ଏତେ ଟଙ୍କା ନେଉଛନ୍ତି କିପରି ? କେତେକ ବୁଦ୍ଧିଜିବୀ ଏହି ହୋଟେଲ ଗୁଡିକ ବଡବଡ ଅଧିକାରୀ ଏବଂ ଥାନା କର୍ମଚାରୀ ମାନଙ୍କୁ ମାଗଣାରେ ଖାଦ୍ୟ ଏବଂ ପକେଟ ଖର୍ଚ୍ଚ ଦିଆଯାଉଥିବାରୁ ଏହାି କରୁଥିବା ନେଇ ଚର୍ଚ୍ଚା କରୁଛନ୍ତି । ତୁରନ୍ତ ଏମାନଙ୍କ ଉପରେ ନିୟମିତି ବ୍ୟବଧାନରେ ଚଢ଼ାଉ କରିବା ସହିତ ଜୋରିମାନ ଆଦାୟ କରିବାକୁ ସାଧରଣରେ ଦାବି ହେଉଛି ।
ଖାନା ଖଜନା, ଯମୁନା ରେଷ୍ଟରାଣ୍ଟ ହୋଟେଲର ମନମାନି, ଖାଦ୍ୟ ଦେବା ନାମରେ ଗ୍ରାହକକୁ ଲୁଟୁଛନ୍ତି
|
June 16, 2022 |