ସୁଙ୍ଗୁଡା ପଂଚାୟତର ଶ୍ମଶାନରେ ପାର୍କ କରି ହଡପ କରିନେଲେ ଲକ୍ଷାଧିକ ଟଙ୍କା

Spread the love

ବଡଚଣା ବିଡିଓ, ଜେଇ ଏବଂ ପୂର୍ବତନ ସପରଂଚଙ୍କ ନାମରେ ଟଙ୍କା ଅତ୍ମସାତର ସଂଗୀନ ଅଭିଯୋଗ

ବଡଚଣା, ୦୫/୦୪ (ସନ୍ଧାନ ନିଉଜ/ ରିପୋର୍ଟ-ପ୍ରଶାନ୍ତ ସାମଲ) : ବଡଚଣାରେ ଏଭଳି ଟଙ୍କା ଲୋଭୀ ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି ରହିଛନ୍ତି ଯେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ଟଙ୍କା ପାଇଁ କିଛିବି କରିପାରନ୍ତି । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସୁଙ୍ଗୁଡା ପଂଚାୟତରେ । ପଂଚାୟତ ଥିବା ଶ୍ମ୍ମଶାନ ଜମି ପ୍ଲଟ- ନଂ ୮୩୫ ଏବଂ ୮୩୬ରେ ପାର୍କ କରି ସରକାରୀ ଭାବେ ସବୁ ନିତିନିୟମକୁ ପାଦରେ ଆଡେଇ ଏହି ପାର୍କ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହାତେଇ ନେଇଛନ୍ତି । ମାତ୍ର କେତେ ପରସେଂଟ ପିସି ନେଇ ବିଡିଓ ଅଜିତ ଗିରି ଏହାର ସରଜମିନ ତଦନ୍ତ ନକରି ପଂଚାୟତର କୁଜିନେତା ମାନଙ୍କ ହାତକୁ ବଢ଼େଇ ଦେଇଛନ୍ତି ଲକ୍ଷାଧିକ ଟଙ୍କା । ଏଥିରେ କରିତକର୍ମା ଜେଇ ମଧ୍ୟ ଲାଲେଲାଲ । ଜେଇ ମହାଶୟ ମଧ୍ୟ ଏହାର କୌଣସି ଫାଇଲ କାର୍ଯ୍ୟ ମାପଚୁପ ବ୍ଲକରେ ନଦେଖି କେଉଁ ହୋଟେଲରେ ବସି ବସି ଏହାର କାଗଜପତ୍ର କରି ନିଜେ ଲାଭବାନ ହେବା ସହିତ ପୂର୍ବତନ ସରପଂଚ ଏବଂ ସେମାନଙ୍କ ସାଥିରେ ସହଯୋଗୀ ଦେଉଥିବା ଲୋକମାନଙ୍କୁ ଲାଭବାନ କରିଛନ୍ତି । ଅନ୍ୟପଟରେ ଚଳିତ ସରପଂଚଙ୍କୁ ବିଡିଓଙ୍କୁ କରାୟତ କରି ନାନାଦି ଅସୁବିଧାରେ ପକେଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏମାନଙ୍କର ସବୁ କାର୍ଯ୍ୟରେ ବିଡିଓ ଶ୍ରୀଯୁକ୍ତ ଗିରି ସାଥ ଦେବାରେ ଲାଗିଛି । ପାଂଚୟତରେ ଥିବା କୌଣସିବି ଶ୍ମଶାନ ଜମିରେ କୌଣସି ବିକାଶ ମୂଳକ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ନିୟମ ରହିଥିବା ବେଳେ ଏହି ଜମି ଆଜୀବନ ତାହାର ସ୍ଥିତି ବଦଳିପାରିବ ନାହିଁ । ଏହି ଜମିଟି ସେହିପରି ସ୍ମଶାନ ରହିବା ସହିତ ସେଠାରେ କେବଳ ଗ୍ରାମବାସୀ ନିଜର ଶବଦାହ କାର୍ଯ୍ୟ କରିପାରିବେ । ୧୯୬୦ ଓଡିଶା ଲ୍ୟାଣ୍ଡ ଆକ୍ଟ ଅନୁସାରେ ଏହି ଜମି ସର୍ବଦା ସେହି ସ୍ଥିତିରେ ରହିବା ସହିତ ଏଠାରେ କୌଣସି ପ୍ରକାରର ନିର୍ମାଣ କରାଯିବା ନାହିଁ । କିନ୍ତୁ ଏହି ସବୁ ନିୟମକୁ ପାଦରେ ଦଳି ଦେଇ ପଂଚାୟତର ପୂର୍ବତନ ପଂଚାୟତ ପ୍ରତିନିଧି ଏବଂ ବ୍ଲକ ଅଧିକାରୀ କେଉଁ ସ୍ୱାର୍ଥରେ ଏଠାରେ ପାର୍କ ନିର୍ମାଣ କଲେ ତାହା ତଦନ୍ତ ସାପେକ୍ଷ । ଏପରକି ପାର୍କ ବାବଦକୁ ମଞ୍ଜୁର କରାଯାଇଥିବା ସମସ୍ତ ଅର୍ଥ ଉଠାଇନେଇଛନ୍ତି । ସୁଙ୍ଗୁଡା ପଂଚାୟତର ଏତେ ଏହି ଶ୍ମଶାନ ଜମିରେ ପାର୍କ କରିବା ଦ୍ୱାରା ତାହାର ଚର୍ତୁପାର୍ଶ୍ୟରେ ଥିବା ଜମି ମାଲିକ ମାନେ ସେମାନଙ୍କ ଜମିରୁ ବାହାରି ପାରୁନାହାନ୍ତି । ସେମାନଙ୍କ ଜମିରେ ଫସଲ କରିବା ଏବଂ ଫସଲ ଅମଳ କରିବାକୁ ନେଇ ନାନାଦି ସମସ୍ୟର ସମ୍ମୁଖୀନ ହେଉଛନ୍ତି । ଏପରକି ବିଡିଓଙ୍କ ସହିତ ପୂର୍ବତନ ପଂଚାୟତ ପ୍ରତିନିଧି ଏବଂ ଯନ୍ତ୍ରୀ ମାନଙ୍କ ମଧୁଚନ୍ଦ୍ରିକା ଫଳରେ ସରକାରୀ ଅର୍ଥ ଆତ୍ମସାତ କରିବାକୁ ନେଇ ସେମାନେ ପ୍ରଶ୍ନ କରିବା ସହିତ ଏହା ଉପରେ ରାଜ୍ୟ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଏହି ବିଷୟରେ ତହସିଲଦାର ପ୍ରଦୀପ ସେଠୀଙ୍କୁ ଯୋଗାଯୋଗ କରିବା ପରେ ତହସିଲ ପ୍ରଶାସନ ସେଠାରେ କୌଣସି ପାର୍କ କରିବାକୁ ଅନୁମତି ଦେଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟରେ ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ବି ସମ୍ପୁକ୍ତ ଅଧିକାରୀ ମାନେ ଫୋନ୍ ଉଠାଇନଥିଲେ । ଏହା ଉପରେ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment