ଦିନ ଦ୍ୱିପ୍ରହରରେ ଲୁଟ୍‌, ବାଇକ୍‌ରେ ଆସି ୩ ଲକ୍ଷ ଟଙ୍କା ଲୁଟିନେଲେ

Spread the love
ରାଇରଙ୍ଗପୁର, ୨୭/୦୧/୨୦୧୨ (ସନ୍ଧାନ ନିଉଜ) ଦିନ ଦ୍ୱିପହରରେ ଲୁଟ୍ । ବାଇକରେ ଆସିଲେ ଆଉ ଲୁଟି ନେଲେ ୩ ଲକ୍ଷ ଟଙ୍କା । ସୁନ୍ଦରଗଡ ଜିଲ୍ଲା ରାଇରଙ୍ଗପୁର ତେନ୍ତଳା ଗାଁରେ ଜଣେ ବ୍ୟବସାୟୀ ଏସବିଆଇ ଶାଖାରୁ ଟଙ୍କା କାଢି ଫେରୁଥିଲେ । ଏହି ସମୟରେ ସେ ଲୁଟର ଶିକାର ହୋଇଛନ୍ତି ।  ସୂଚନା ଅନୁସାରେ, ବ୍ୟବସାୟୀ ଜଣକ ଟଙ୍କା ଆଣି ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସିଥିଲେ । ତାଙ୍କ ପାଖରେ ଥିବା ୩ ଲକ୍ଷ ଟଙ୍କା ଝାମ୍ଫି ନେଇଥିଲେ । ପରେ ବ୍ୟବସାୟୀ ଜଣକ ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ କରିଛନ୍ତି । ଏନେଇ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । Report- Paresh Sarangi

Related Posts

About The Author

Add Comment