ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ରଙ୍କ ଉଦ୍ୟମର ସଫଳ ରୂପାୟନ : ପୂର୍ବତଟ ରେଳ ବିଭାଗ ତରଫରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ

Spread the love
କଟକ, ୦୭/୧୧/୨୦୨୧ (ସନ୍ଧାନ ନିଉଜ) – ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର କନ୍ଦରପୁର ଓ  ନୂଆବଜାର ରେଳବାଇ ଓଭରବ୍ରିଜ୍ ନେଇ ଲିଖିତ ଅଭିଯୋଗ ପତ୍ର ପ୍ରଦାନ ସହ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜାତୀୟ ରାଜପଥ ବିଭାଗ ସଂପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ରେଳବାଇ ବିଭାଗକୁ ପ୍ରଦାନ ସଂପର୍କରେ ଏବଂ ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଏହାର କାର୍ଯ୍ୟକାରିତା ଉପରେ ଏକ ଚିଠି ପତ୍ରସଂଖ୍ୟା ୫୬୫୮/୧।୧୧।୨୦୨୧ରେ ଭାରତୀୟ ଡାକ ମାଧ୍ୟମରେ ଉତ୍କଳ ବିକାଶ ପରିଷଦକୁ ପ୍ରଦାନ କରାଯାଇଛି ଯାହାକି ସ୍ପଷ୍ଟ ଅନୁମୟ ପୋଲ କାମ ଆରମ୍ଭ ହେବା ସହ ଯାତାୟାତ ସମସ୍ୟାର ସମାଧାନ ହୋଇପାରିବ ଏବଂ ଏହା ପରିଷଦ ପକ୍ଷରୁ ଏକ ଅଭୂତପୂର୍ବ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ରେଳ ବିଭାଗକୁ କୃତଜ୍ଞତା ଜଣାଇବା ସହ ଜନସାଧାରଣଙ୍କ ସହଜୋଗ,ଗଣମାଧ୍ୟମର ଖବର ପ୍ରସାରଣ ସ୍ୱତନ୍ତ୍ରତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Related Posts

About The Author

Add Comment