ବ୍ୟବସାୟୀଙ୍କ ଠାରୁ ଦୃବୁର୍ତ୍ତ ଲୁଟି ନେଲେ

Spread the love

ଯାଜପୁର, ୧୬/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟସ୍ଥ କୁଆଖିଆ ଥାନା ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ନିକଟରେ ଥିବା ମୁଗୁପାଳ ଛକ ନିକଟରେ ଜଣେ ବ୍ୟବସାୟୀ ଲୁଟର ଶିକାର ହୋଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବ୍ୟବସାୟୀ ଜଣକ ସନ୍ଧ୍ୟାରେ ଆସୁଥିବା ସମୟରେ ମୁଗୁପାଳ ଛକ ନିକଟରେ ଏହି ବ୍ୟବସାୟୀଙ୍କୁ ଦୃବୁର୍ତ୍ତମାନେ ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଲୁଟି ନେଇଥିବା କୁଆଖିଆ ଥାନାରେ ଅଭିଯୋଗ ହୋଇଚି । ଏହି ବ୍ୟବସାୟି ଜଣକ ରାଜେନ୍ଦ୍ରପୁର ଗ୍ରାମର ଶରତ ପୋଥାଳ ବୋଲି ଜଣାଯାଇଚି । ଶ୍ରୀ ପୋଥାଳ ମଙ୍ଗଳବାର ଦିନ ସନ୍ଧ୍ୟାରେ ବାଇକ ଯୋଗେ ରାଜେନ୍ଦ୍ରପୁରରୁ ବାରବାଟିକୁ ଯାଉଥିଲେ । ମୁଗୁପାଳ ଛକ ନିକଟରେ ଏକ କାର ଆସି ଶ୍ରୀ ପୋଥାଳ ଗାଡ଼ି ନିକଟରେ ବ୍ରେକ ଦେବାରୁ କାରରେ ରହିଥିବା ୩, ୪ ଜଣ ଦୃବୁର୍ତ୍ତ କାରରୁ ଓହ୍ଲାଇ ଶ୍ରୀ ପୋଥାଳଙ୍କୁ ମାରଣାସ୍ତ୍ର ଦେଖାଇ ପୋଥାଳଙ୍କ ନିକଟରୁ ୩୦ ହଜାର ଟଙ୍କା ସୁନା ଚେନ ଏବଂ କିଛି ଜରୁରୀ କାଗଜ ପତ୍ର ଛଡ଼ାଇ ନେଇଥିବା ବେଳେ, ଶ୍ରୀ ପୋଥାଳ କୁଆଖିଆ ଥାନାରେ ପହଁଞ୍ଚô କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ତଦନ୍ତ କରୁଥିବା ବେଳେ, ରିପୋର୍ଟ ଲେଖା ହେବା ବେଳକୁ ଚୋରୀ ଯାଇଥିବା ଶ୍ରୀ ପୋଥାଳଙ୍କ ସୁନା ଚେନ ନଗଦ ୩୦ହଜାର ଟଙ୍କା ଏବଂ ଜରୁରୀ କାଗଜ ପତ୍ର ମିଳିନଥିବା ଥାନା ସୁତ୍ରରୁ ଜଣାଯାଇଚି । ଥାନା ପକ୍ଷରୁ ତଦନ୍ତ ଜାରୀ ରହିଚି ।

Related Posts

About The Author

Add Comment