ନକଲି ସାର ବିକ୍ରେତା ବିରୋଧରେ ତଲସରା ଫାଟକରେ ରାସ୍ତା ଅବରୋଧ

Spread the love

ସୁନ୍ଦରଗଡ ତା:୨୮/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ବାଲିସଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଫାଟକ ସମ୍ମୁଖରେ ନକଲି ସାର ବିକ୍ରେତାଙ୍କ ବିରୋଧରେ ଶତାଧିକ ଲୋକ ରାସ୍ତା ଅବରୋଧ କରିଛନ୍ତି ।ଏହି ନକଲି ସାର ଦ୍ଵାରା ଚାଷୀଙ୍କ ଫସଲ ନଷ୍ଟ ହେବା ସହିତ ପାଣି ଅଭାବରୁ ମରୁଡି ସମସ୍ୟା ଦେଖାଦେଇଛି । ଏଭଳି ନକଲି ସାର ବିକ୍ରେତା ଚାଷୀ ସମାଜର ପଟରେ ମାଡ଼ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ପୃକ୍ତ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରିବା ସହ ଚାଷୀଙ୍କ କ୍ଷତିପୂରଣ ଦେବାନେଇ ଆଜି ତଲସରା ମୁଖ୍ୟ
ଫାଟକ ରାସ୍ତାରେ ବିଗତ ୭ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲା । ଏହି ରାସ୍ତା ଅବରୋଧରେ ଚାଷୀ ସମାଜକୁ ଓଡିଶା ପ୍ରଗତି ଦଳ ସମର୍ଥନ କରି ରାସ୍ତା ଅବରୋଧ କରିଛନ୍ତି । ଏହି ରାସ୍ତା ଅବରୋଧରେ ରାସ୍ତା ର ଉଭୟ ପାର୍ଶ୍ୱରେ ଗାଡି ଠିଆ ହେବାଦ୍ୱାରା ରାସ୍ତାରେ ଗମନାଗମନ ପାଇଁ ଅସୁବିଧା ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ତଲସରା ପୋଲିସ କାର୍ଯ୍ୟ ତୁଲାଇବା ସହ ତହସିଲଦାର ରୀନା ନାଏକ ଓ ବାଲିସଙ୍କରା ବ୍ଲଜକୃଷି ଅଧିକାରୀ ବିଶ୍ୱଜିତ କାଲୋ ଚାଷୀଙ୍କୁ ବୁଝାସୁଝା କରିଥିଲେ । ସମ୍ପୃକ୍ତ ସାର ଡ଼ିଲର ଉପେନ୍ଦ୍ର ପଟେକଙ୍କ ଲାଇସେନ୍ସ ରଦ୍ଦ କରିବା ସହ ତଲସରା ଥାନାରେ ଅଭିଯୋଗ ହୋଇଛି । ବ୍ଲକ ଏଗ୍ରୀକଲଚର ଅଫିସରଙ୍କୁ ସସପେଣ୍ଡ ଅଥବା ବଦଳି କରାଯିବା ପ୍ରଗତି ଦଳପକ୍ଷରୁ ଅଭିଯୋଗ ହୋଇଛି । ରାସ୍ତା ଅବିରୋଧକୁ ୭ଘଣ୍ଟା ବିତିଯାଇଥିଲେ ମଧ୍ୟ ଏହାର କିଛି ଫଳପ୍ରଦ ହୋଇପାରି ନ ଥିଲା ।

Related Posts

About The Author

Add Comment