ସୁନ୍ଦରଗଡ଼ ତା:୨୫-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ତଲସରା ନୁଆଁଡ଼ିହି ଅଙ୍ଗନବାଡି ଠାରୁ ଡେମ ପର୍ଯ୍ୟନ୍ତ ରାସ୍ତା ବର୍ଷ ବର୍ଷ ଧରି ଖରାପ ହୋଇ ପଡ଼ିରହିଛି l ପ୍ରଶାସନ ଶୋଇଛି ଘୋର ନିଦ୍ରାରେ l ଯୋଜନା ରୁ ଯୋଜନା ଚାଲି ଗଲାଣି l ଏ ଯୋଜନା ମଧ୍ୟ ବିତିବାକୁ ଯାଉଛି କିନ୍ତୁ ଏ ରାସ୍ତା ତିଆରି କରିବା ପାଇଁ ବୋଧେ ପ୍ରଶାସନ ର ଇଛା ନାହିଁ l ବାଲିସଙ୍କରା ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ମାଧ୍ୟମରେ ୬,୬୭,୮୩,୨୨୫ ଟଙ୍କା ବ୍ୟୟ ବାରାତ ହୋଇଥିବା ବେଳେ ଆଜି ମଧ୍ୟ ଏହି ରାସ୍ତା ର ଉନ୍ନତି କରଣରେ ସରକାରଙ୍କ ନଜର ନାହିଁ । ବିକାଶ ନାଁ ରେ କୋଟି କୋଟି ଟଙ୍କା ତଳସରା ନିର୍ବାଚନ ମଣ୍ଡଳୀରେ ବରାତ ହେଉଥିବା ବେଳେ ତଳସରା ପଞ୍ଚାୟତ ବାଦ୍ ପଡ଼ିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଥିବା ବେଳେ ଗ୍ରାମାଞ୍ଚଳରେ ଥିବା ରାସ୍ତାଘାଟ ତିଆରି କରିବାରେ ରୁଚି ନାହିଁ l ଭୋଟ ସମୟରେ ଅନେକ ନେତା ଆସି ଲୋକଙ୍କୁ କାମର ଲାଳସା ଦେଇ ଭୋଟ ନେଇ ଜିତିବା ପରେ କାମ କରିବା ଢଙ୍ଗ ବଦଲାଇ ଦିଅନ୍ତି l ତଲସରା ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଆଦିବାସୀଙ୍କ ଶାସନରେ ଅଞ୍ଚଳ ର ବିକାଶ ହେଉ ନ ଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ଅତି ଶୀଘ୍ର ଏହି ରାସ୍ତା କୁ ତିଆରି କରିବା ପାଇଁ ସାଧାରଣ ରେ ଦାବି ହୋଇଛି l
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରୁ ବାଦ ପଡିଛି ତଲସରା ନୁଆଁଡ଼ିହି ଅଙ୍ଗନବାଡି ଠାରୁ ଡେମ ପର୍ଯ୍ୟନ୍ତ ରାସ୍ତା
|
July 25, 2026 |



