ଚଣ୍ଡିଖୋଲ ଛକର ଟ୍ରାଫିକ ସମସ୍ୟା ନେଇ ପାରିପାଶ୍ୱର୍କ ଅନୁଧ୍ୟାନ କଲେ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ

Spread the love

ଚଣ୍ଡିଖୋଲ,୧୪/୯(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲାର ଚଣ୍ଡିଖୋଲ ଛକର ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ଗତ ୧୦ତାରିଖରେ ଚଣ୍ଡିଖୋଲ ଟ୍ରାଫିକ ଥାନାରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଉପସ୍ଥିତ ଥିବା ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ଶୁକ୍ରବାର ଛକର ପାରିପାଶ୍ୱର୍କ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର କିପରି ଆସିପାରିବ ସେ ବିଷୟରେ ସ୍ଥାନୀୟ ଜନପ୍ରତିନିଧି,ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି । ନିଷ୍ପତି ଅନୁଯାୟୀ ବଡଚଣା ଥାନାଧିକାରୀ,ଟ୍ରାଫିକ ଥାନାଧିକାରୀ,ଚଣ୍ଡିଖୋଲ ପରିବହନ ଅଧିକାରୀ ମିଳିତ ଭାବେ ଛକର ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ କେଉଁସବୁ ପଦକ୍ଷେପ ନିଆଯିବ ତାହାକୁ ଲିଖିତ ଆକାରରେ ଜଣାଇଲେ ରାଜପଥ ଅଧିକାରୀ ଯଥାଶିଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଅନୁଧ୍ୟାନ ସମୟରେ ଜାତୀୟ ରାଜପଥର ପକଳ୍ପ ନିଦେ୍ର୍ଧଶକ ଶିଶୁ ମୋହନ ଏବଂ ପରିଚାଳକ ଦେବ ପ୍ରସାଦ ସାହୁଯାଜପୁର ରୋଡ ଏସଡିପିଓ କେଦାରନାଥ ସାହୁ,ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ର,ଟ୍ରାଫିକ ଥାନାଧିକାରୀ ଲକ୍ଷ୍ମୀନାରାୟଣ ମାରାଣ୍ଡି,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଂଜୟ ସ୍ୱାଇଁ,ଅସ୍ଥାୟୀ ବ୍ୟବସାୟୀ ସଂଘର ସଭାପତି ମହେଶ୍ୱର ବଳ,ବଣିକ ସଂଘର ସଭାପତି କ୍ଷୀରୋଦ ମାହାଲା,ଟ୍ରକ ମାଲିକ ସଂଘ ସଭାପତି ସନ୍ତୋଷ ରାଉତ ପ୍ରମୁଖ ଉପସ୍ଥିତ ରହି ଚଣ୍ଡିଖୋଲ ଛକର ପାରିପାଶ୍ୱର୍କ ସ୍ଥିତିକୁ ବୁଲାଇ ଦେଖାଇଥିଲେ ।

Related Posts

About The Author

Add Comment