ସୁନ୍ଦରଗଡ-୦୧/୦୫/୨୦୨୧ (ସନ୍ଧାନନି ଉଜ/ରୋଶନ ପଟେଲ)- ସୁନ୍ଦରଗଡ ଜିଲ୍ଲା ରେ ମହାମାରୀ କରୋନା ର ପ୍ରକୋପ କିଛି ମାତ୍ର ରେ କମିଛି I ପ୍ରତ୍ୟେକ ଦିନ ସହ ସହ ସଂଖ୍ୟା ରେ କରୋନା ରେ ସଂକ୍ରମିତ ରୋଗୀ ସଂଖ୍ୟା ବଢିଚାଲିଥିବା ବେଳେ ବର୍ତ୍ତମାନ ଧୀରେ ଧୀରେ ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି Iସରକାରଙ୍କର ଲକ ଡାଉନ ଓ ସଟଡାଉନ କାରଣରୁ ମହାମାରୀ କରୋନା କୁ କାବୁ କରିବାରେ ସଫଳତା ମିଳିପାରିଛି I କିନ୍ତୁ କିଛି ଅମାନିଆ ଲୋକମାନେ ଏବେ ମଧ୍ୟ ନିୟମର ଖୋଲା ଖୋଲି ଭାବେ ଅବମାନନା କରୁଛନ୍ତି I ପ୍ରତିଦିନ ପୋଲିସ ପ୍ରଶାସନ ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରୁଛି I ଯଦି ଲୋକମାନେ କୋଭିଡ ନିୟମ କୁ ପାଳନ କରି ମାସ୍କ ବ୍ୟବହାର କରି ସାମାଜିକ ଦୂରତ୍ୱ ରକ୍ଷା କରିବେ ତେବେ ଏହି କରୋନା ରୁ ରକ୍ଷା ମିଳି ପାରିବ I ଏହି ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀ ମାନେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସମସ୍ତଙ୍କୁ କରୋନା ଠାରୁ ଦୂରରେ ରହିବା ବିଷୟରେ ଅବଗତ କରାଉଛନ୍ତି I ସେହି କାରଣରୁ ବର୍ତ୍ତମାନ ସୁନ୍ଦରଗଡ ର ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି I
ସୁନ୍ଦରଗଡ ରେ କରୋନା ପ୍ରଭାବ
|
June 3, 2021 |



