କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଟୀକା କରଣ

Spread the love

ଯାଜପୁର, ୦୬/୦୫ (ସନ୍ଧାନ ନିଉଜ) : ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଥିବା ପ୍ରତିନିଧି ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିଡ ଟୀକାକରଣ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହ ଆଧାରରେ ଯାଜପୁର ଜିଲ୍ଳ୍‌ାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଟୀକାକରଣ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଯାଜପୁର ପୈାର ପରିଷଦ ସମ୍ମିଳନୀ ଗୃହରେ ଦଶରଥପୁର, ବିଂଝାରପୁର, ଯାଜପୁର, ବରୀ ବ୍ଳ୍‌କ ଓ ଯାଜପୁର ପୈାରାଞ୍ଚଳ ଅନ୍ତର୍ଗତ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କର ଟୀକାକରଣ କରାଯାଇଥିଲା । ସେହିପରି ଜାରକା ପ୍ରେସ୍ କ୍ଳ୍‌ବ ଠାରେ ବଡଚଣା, ଧର୍ମଶାଳା, ରସୁଲପୁର ବ୍ଳକର ଗଣମାଧ୍ୟମ ପ୍ରତିନିଧି ଓ କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ଯାଜପୁର ରୋଡଙ୍କ କାର୍ଯ୍ୟାଳୟ ଠାରେ ସୁକିନ୍ଦା, ଦାନଗଦୀ, କୋରେଇ ବ୍ଳ୍‌କ ଓ ବ୍ୟାସନଗର ପୈାରାଞ୍ଚଳ ଅନ୍ତର୍ଗତ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଟୀକା କରଣ କରାଯାଇଥିଲା । ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତି ସିଂହ ରାଠୋର, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଳ୍‌ାପାଳ, କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ସି.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ, ଧର୍ମଶାଳା ବି.ଡି.ଓ. ଅରବିନ୍ଦ ବେହେରା, ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ମେଡିକାଲ ଅପିଂସର ଡା. ସୁଧିର କୁମାର ସାହୁ, ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଟୀକାକରଣ କେନ୍ଦ୍ରରେ ଉପସ୍ଥିତ ଥିଲେ । ମୋଟ ୨୩୧ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କର ଟୀକାକରଣ କରାଯାଇଥିଲା ।

Related Posts

About The Author

Add Comment