ଯାଜପୁର/୦୪/୦୫/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ) ସାରା ରାଜ୍ୟରେ ମହାମାରୀ କରୋନା ଦିନକୁ ଦିନ କାୟ ବିସ୍ତାର କରୁଥିବା ବେଳେ ଏହାକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ୧୪ ଦିନ ଲାଗି ଲକ୍ ଡାଉନୁ ଘୋଷଣା କରିଛନ୍ତି ହେଲେ କିଛି ଅସାମାଜିକ ମହୁଲି ଦେଶୀ ମଦ ବେପାରୀ ତାର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଉ ଛନ୍ତି ।ମହୁଲି ରାନ୍ଧି ଗ୍ରାମ ଗ୍ରାମରେ ପହଞ୍ଚେଇ ବାକୁ ତତ୍ପରତା ଦେଖିବାକୁ ମିଳିଥିଲା। ଏହାକୁ ରୋକିବା ଲାଗି ଯାଜପୁର ଜିଲ୍ଲା ଅବକାରୀ ବିଭାଗ ମୁଖ୍ୟ ଅଧିକ୍ଷକ ଶ୍ରୀ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କର୍ମେ ଡୋଲିପୁର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ତାଙ୍କର ସ୍ୱଳ୍ପ କର୍ମୀମାନଙ୍କୁ ନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରିକରିଥିଲେ କିପରି ଅଞ୍ଚଳରେ ଚାଲୁଥିବା ଧଳା ଜହର, ଗଞ୍ଜେଇ, ଚୋରା ମଦ ,ଓ ମହୁଲି ବେପାରୀଙ୍କୁ ଧରା ଯିବ । ମଙ୍ଗଳ ବାର ସନ୍ଧ୍ୟାରେ କେନ୍ଦୁଝର ଯାଜପୁର ରୋଡ଼ ବାଇପାସ ଛକ ନିକଟରେ ସାଧା ପୋଷାକରେ ପଇଁତରା ମାରୁଥିଲେ । ଠିକ୍ ସେହି ସମୟରେ କେନ୍ଦୁଝର ପଟୁ ଆସୁ ଥିବା ଏକ ମଟର ସାଇକେଲରେ ଓ ଡି,(୭୨୨୦ )ଗାଡିଟିକୁ ଅଟକାଇ ଥିଲେ, ଏବଂ ସେହି ଜାଗାରୁ ଆଉ ଏକ ଗାଡ଼ି ଧରି ଥିଲେ ଯାହାର ନମ୍ବର ଓ ଡି ୩୪,ବି (୭୬୧୦) ଧରିଥିବା ବେଳେ ଚାନ୍ଦମା ଗ୍ରାମ ନିକଟରୁ ଆଉ ଏକ ସ୍କୁଟି ଧରିବାରେ ସଫଳ ହୋଇଥିଲା ଅବକାରୀ ପୋଲିସ ଯାହାର ନମ୍ବର ଓ ଡି ୧୯ କେ,(୧୧୦୦) ଏମାନେ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମର ନେପାଳ ପ୍ରସାଦ ସାହୁ,ଯାଜପୁର ଥାନା ଅଞ୍ଚଳର ମାଟିକର ଗ୍ରାମର ପ୍ରଶାନ୍ତ ଦଳେଇ, ଓ ବଡ଼ କଇଁଚି ପ୍ରଦୀପ ମହାରଣା ସେମାନଙ୍କ ନିକଟରୁ ଆନୁମାନିକ ପ୍ରାୟ ୫୦୦ ଲିଟର ଦେଶୀମଦ ଜବଦ କରିବା ସହ ସେଥିରେ ବ୍ୟବହୁତ ହୋଇଥିବା ୩ ଗାଡିକୁ ଜବଦ କରିଛି ଡୋଲିପୁର ପୋଲିସ । ଡୋଲିପୁର କେସ ନମ୍ବର ୧୩/୧୪/୧୫/-୨୦୨୧ ରେ ମାମଲା ରୁଜୁ କରାଯାଇଛି ,ଆସନ୍ତା କାଲି ମେଡିକାଲ ପରୀକ୍ଷା କରାଯାଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହି ବ୍ଲୁ ପ୍ରିଣ୍ଟିରେ ଡୋଲିପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ଏ ଏସ୍ ଆଇ ପ୍ରଦୋଷ କୁମାର ପରିଡ଼ା, ଏ ଏସ୍ ଆଇ ବିପିନ କୁମାର ପ୍ରଧାନ ,କନେଷ୍ଟବଳ କ୍ଷୀରୋଦ କୁମାର ସାହୁ, ସୁଭସ୍ମିତା ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ ,ଆଗକୁ ଆହୁରି ଅନେକ ଦେଶୀ ମଦ ମାଫିଆ ମାନଙ୍କୁ ଧରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
ଲକ୍ ଡାଉନୁ ପୂର୍ବରୁ ହାଜତରେ ଲକ୍ କଲା ଡୋଲିପୁର ଅବକାରୀ ପୋଲିସ୍ : ୩ ମଟର ସାଇକେଲ ସହ ବିପୁଳ ପରିମାଣର ମହୁଲି ଜବଦ: ତିନି ଗିରଫ
|
May 5, 2021 |


