ଶିଳ୍ପନଗରୀ କଳିଙ୍ଗ ନଗରର ବ୍ରାହ୍ମଣୀ ସେତୁ କଣ ସାବତ ପୁଅ ?

Spread the love

ଜେନାପୁର, ୦୫/୦୩/୨୧ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ ) : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ମରଣ ଯନ୍ତା ରାଜପଥର କବାଟବନ୍ଧ ନିକଟସ୍ଥ କଳିଙ୍ଗ ନଗର ବ୍ରାହ୍ମଣୀ ସେତୁଟି ବହୁ ପୁରୁଣା ହୋଇଥିବାରୁ ଏହି ସେତୁର ଦୁଇ ପାର୍ଶ୍ଵରେ ଥିବା ପ୍ଲାଟଫର୍ମ ଗୁଡ଼ିକ ଭାଙ୍ଗି ରୁଜି ଯାଇଥିବା ଫଳରେ ପଥଚାରିଯାତ୍ରୀମାନଙ୍କୁ ବହୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେପଟେ ୫୩ ନମ୍ବର ଜାତୀୟ ରାଜପଥଟି ଝିମେଇ ଝିମେଇ  କାର୍ଯ୍ୟ ଚାଲୁଥିବା ବେଳେ ରାସ୍ତା କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, ବ୍ୟବହାର ହେଉଥିବା ପାଉଁଶ  ସବୁ ରାସ୍ତା ଉପରେ ଉଡ଼ିବାରୁ କୁତ୍ରିମ କୁହୁଡ଼ି ସାଙ୍ଗକୁ ଆଖି କାନରେ ଧୂଳି ପାଉଁଶ ପସି ଗାଡ଼ି ଚଳାଚଳରେ ବାଦ୍ଧାସୃଷ୍ଟି ହେବା ସହ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ରାହ୍ମଣୀ ସେତୁର ଦୈର୍ଘ୍ୟ ୧-୨ କି.ମି ଥିବା ବେଳେ ତାହାର ପ୍ରସ୍ଥ ୩୩ ଫୁଟ୍ । ଏଠାରେ ଦୁଇ କଡର ପ୍ଲାଟଫର୍ମ ମିଶି ୬.୫ ଫୁଟ୍ ଥିବା ବେଳେ ପ୍ଲାଟଫର୍ମ କଡ଼ରେ ବାଲି ପଡ଼ିଛି ଦୁଇ ପାର୍ଶ୍ଵ ମିଶି ୬ ଫୁଟ୍ ଆଉ ଟୋଟାଲ ରାସ୍ତା ବଞ୍ଚିଲା ମାତ୍ର ୨୧.୫ ଫୁଟ୍  ଏଥିରେ ଦୁଇଟି ଗାଡ଼ି ଯିବ କିପରି ଆଉ ମଟର ସାଇକେଲରେ ଆରୋହୀମାନେ ଯିବେ କିପରି ? ଏଠି ପ୍ରଶ୍ନ ଉଠେ କି କଟକ ଭୁବନେଶ୍ୱର ସେତୁ ଉପରେ ଯାକ ଯମକର ଲାଇଟ ଲାଗିବା ସାଙ୍ଗକୁ ମାସରେ ୨ ଥର ସଫା ହେଇ ରଙ୍ଗ ମରାଯାଉଛି ହେଲେ ଏଠି ସେତୁ ମରାମତିର ନା ବି ଧରୁନାହିଁ ସରକାର । ଏ ସେତୁଟି କ’ଣ ସରକାରର ସାବତ ପୁଅ, ତା ଛଡ଼ା ଯାଜପୁର ଜିଲ୍ଲାରେ ସବୁଠୁ ଟାଣୁଆ ନେତାମାନଙ୍କର ଟିକେ ହେଲେ ବି ନଜର ନାହିଁ ,ଲୋକାମୟରେ ଆଲୋଚନା ଜୋର ଧରିଛିକି ବ୍ରାହ୍ମଣୀ ସେତୁଟି କିଛି ଅଂଶ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଓ ଆଉ କିଛି ଅଂଶ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ହେଇ ଥିବାରୁ ଏହାକୁ କେହି ଧ୍ୟାନ ଦେଉନାହାନ୍ତି । ଇଏ ଆକୁ ପେଲୁଛି ସିଏ ତାକୁ ପେଲୁଛି ଏଠି ନେତା ମାଳ ମାଳ ହେଲେ କାର୍ଯ୍ୟ ଦୁର୍ବଳ । ଏସିଆ ମହାଦେଶର ସବୁଠାରୁ ବଡ଼ ଲୁହା କାରଖାନା ଓ ମାଇନ୍ସ ରହିଥିବାରୁ ଏଠାକୁ ଲକ୍ଷ ଲକ୍ଷ ଲୁହାପଥର ବୋଝେଇ ମାଲ ବାହି ଯାନ ଯିବା ଆସିବା କରୁଥିବା ବେଳେ ଗୋଟେ ମାସକୁ ପାଖାପାଖି ୩୦ ଅଧିକ ଦୁର୍ଘଟଣା ଘଟୁଛି । ୧୦ଟି ଗୁରୁତର ଅବସ୍ଥାରେ ଥିବାବେଳେ ପ୍ରାୟ ୭ ,୮ ଜଣ ପ୍ରାଣ ହରାଉଛନ୍ତି । ବହୁବାର ସ୍ଥାନୀୟ ସଚେତନ ନାଗରିକମଞ୍ଚ ଜନ ଆନ୍ଦୋଳନ କରିବା ସତ୍ୱେବି ପ୍ରଶାସନ ଓ ଜାତୀୟ ରାଜପଥ ର କର୍ତ୍ତୃପକ୍ଷମାନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ  । ଏହି  ୫୩ ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ତୁରନ୍ତ ସାରିବାକୁ ଓ ବ୍ରାହ୍ମଣୀ ସେତୁ ଉପରେ ପଡିରହିଥିବା ବାଲିଉପରେ  ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନ ସାଧାରଣରେ ଦାବି ହେଉଛି ନଚେତ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ହେବ ବୋଲି ଆଲୋଚନା ଜୋର ଧରିଛି ।

Related Posts

About The Author

Add Comment