୧୯୭୯ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁମିଳନ

Spread the love
କଟକ 01/03/2021 (ସନ୍ଧାନ ନିଉଜ/ମାନସ ରାଉତ) କଟକ ଜିଲ୍ଲା ଉପକଣ୍ଠ ଖଣ୍ଡାଏତା ପଂଚାୟତର ପୁରାତନ ଶିକ୍ଷାୟତନ ଶଙ୍ଖତ୍ରାସ ଉଚ୍ଚବିଦ୍ୟାଳୟର ୧୯୭୯ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁମିଳନ ପର୍ଵ ଆମଣ ଘାସଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ସମସ୍ତ ସହପାଠୀମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେପକାଇବାସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରିଥିଲେ । ପ୍ରାରମ୍ଭରରେ ଦିବଂଗତ ବଂଧୁ ମଧୁସୂଦନ ଭୋଳ ଓ ଉଲ୍ଲାସ ଚରଣ ରାଉତରାୟଙ୍କ ସ୍ମୃତିଚାରଣ ସହ ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା । ଏହି ବଂଧୁମିଳନରେ ଦେବ ସେଠୀ,ଦିଲ୍ଲୀପ ସାହୁ,ଅଲେଖ ବେହେରା,ଖିତିଶ ରାଉତରାୟ,ବାବୁଲି ବିହାରୀ,ପ୍ରହଲ୍ଲାଦ ସ୍ୱାଇଁ,ପ୍ରଭାତ ରାଉତ,ଅଶୋକ ସାହୁ,ପ୍ରତାପ ସେନାପତି ପ୍ରମୁଖ ବହୁ ବଂଧୁବର୍ଗ ଯୋଗଦେଇଥିଲେ ।

Related Posts

About The Author

Add Comment