ସରକାରଙ୍କ କୃଷି ବିଲ୍ ବିରୋଧରେ କୃଷକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛି

Spread the love

ନୀଳଗିରି, ୦୭.୦୨.୨୦୨୧ (ସନ୍ଧାନ ନିଉଜ୍ ):- ସାରା ଦେଶରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ କୃଷକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଏହାର ପ୍ରଭାବ ପଡିଛି । କୃଷକ ସଂଘର୍ଷ ସମିତି ତରଫରୁ ବାଇପାସ ଛକରେ ସେରଗଡ଼-ଉଦଳା ରାଜ୍ୟପଥକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ କଂଗ୍ରେସ, ସିପିଆଇ, ସିପିଆଇଏମ ଦଳ ସହ କିଛି କୃଷକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି । ଦିନ ୧୨ ଠାରୁ ୩ ଟା ପର୍ଯ୍ୟନ୍ତ ଏହି ବିକ୍ଷୋଭ ହୋଇଥିଲା । ଏଥିରେ କୃଷକନେତା ଯଶୋଦା ନନ୍ଦନ ସିଂହ, ସିପିଆଇଏମ ନେତା ଯୋଗାନନ୍ଦ ଦାଶ, ବିଜୟ ପାତ୍ର, ସିପିଆଇ ନେତା ନିରଞ୍ଜନ ବାରିକ, କୈଳାସଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଚାଷୀ ସାମିଲ ଥିଲେ ।

Related Posts

About The Author

Add Comment