ମାଲକାନଗିରି, 01.02.2021,( ସନ୍ଧାନ ନିଉଜ୍):- ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ୧୯୯୬ ମସିହାରେ ଜାଲ୍ ଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣି ହୋଇଥିଲେ । ପରେ ପ୍ରମୋସନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲଷ୍ମୀପ୍ରିୟା ବେହେରାଙ୍କୁ ରବିବାର ମାଲକାନଗିରି ଜିଲ୍ଲାପାଳ ଡ଼ଃ ୟେଦୁଲା ବିଜୟ ଚାକିରୀରୁ ବହିସ୍କୃତ କରିଛନ୍ତି। ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ଲଷ୍ମୀପ୍ରିୟା ବେହେରା । ସେ ଓବିସି ବର୍ଗର ହୋଇଥିବା ବେଳେ ଜାଲ ଆଦିବାସୀ ଜାତିଗତ ପ୍ରମାଣପତ୍ର ଦାଖଲ କରି ମାଲକାନଗିରି ଜିଲ୍ଲାରେ କନିଷ୍ଠ କିରଣୀ ଭାବେ ଚାକିରୀ କରିଥିଲେ। ନିକଟରେ ତାଙ୍କର ବରିଷ୍ଠ କିରାଣିକୁ ପଦୋନ୍ନତି ହୋଇଥିଲା। ସେ ଜାଲ୍ ପ୍ରମାଣ ପତ୍ର ଦାଖଲ କରି ଚାକିରୀ କରିଥିବା ସମ୍ପର୍କରେ କେହି ଜଣେ ଆରଡିସିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ତଦନ୍ତରୁ ଜାଲ୍ ଜାତିଗତ ପ୍ରମାଣପତ୍ର ପ୍ରମାଣ ମିଳିବାପରେ ଲଷ୍ମୀପ୍ରିୟାଙ୍କୁ ଜିଲ୍ଲାପାଳ ଚାକିରୀରୁ ବହିସ୍କୃତ କରିଛନ୍ତି । ଏହାସହ ଚାକିରୀ କାଳରେ ସରକାରଙ୍କଠାରୁ ପାଇଥିବା ଦରମା ବାବଦକୁ ଟଙ୍କା ପୈଠ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉପ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ଦୋରା ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ବହିସ୍କୃତ କିରାଣି ଲଷ୍ମୀପ୍ରିୟା ଛୁଟିରେ ଥିବାରୁ ତାଙ୍କର ମତାମତ ମିଳି ପାରିନାହିଁ।
ଜାଲ୍ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ପାଇଥିଲେ କିରାଣି ଚାକିରୀ
|
February 1, 2021 |
