କୃପାମୟ ଭଗବାନ

Spread the love

ଲିଙ୍ଗରାଜ ପଣ୍ଡା

ଆରେ ଆରେ ମାନବ        କରୁଛୁ ଆହରଣ
ଶିକ୍ଷା ବିଭିନ୍ନ ପ୍ରକାର
କଠିନ ସଂଘର୍ଷ           କରୁଛୁ କେବଳ
ପୂରାଇବାକୁ ଉଦର || ୧ ||

ତୋର ସବୁ ଶିକ୍ଷା।        ସତ୍ତ୍ୟେ କରୁନାହୁଁ
ପୂର୍ଣ୍ଣାନନ୍ଦ ଅନୁଭୂତି
କାହିଁକି ବୁଡିଛୁ         ଏପରି ଭାବରେ
କରି ଦୁଃଖ ଅନୁଭୂତି || ୨ ||

ଦେଖାନ୍ତି ନାହିଁକି          ଉପଯୁକ୍ତ ପଥ
କୃପାମୟ ଭଗବାନ
ତାଙ୍କର ଭକ୍ତକୁ         କରିଥାଏ ଯିଏ
ନିରନ୍ତର ତାଙ୍କ ଧ୍ୟାନ  || ୩ ||

Related Posts

About The Author

Add Comment