କଟକ, 15.01.2021(ସନ୍ଧାନ ନିଉଜ୍): କୋଭିତ ମହାମାରୀ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ଏବଂ ରାଜ୍ୟରେ ଥିବା ଅନ୍ୟ ତାଲିମପ୍ରାପ୍ତ ମହିଳା ଏଏନଏମଙ୍କୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ନିୟମାବଳୀ ଅନୁଯାୟୀଲ ନିଯୁକ୍ତି ଦେବା ପ୍ରସଂଗରେ ବିଚାର କରି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଲଦେଇଛନ୍ତି। ଇଣ୍ଡିଆନ୍ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡ, ୨୦୧୨ ଓ ଜାତୀୟ ସ୍ଵାସ୍ଥ୍ୟ ମିସନର ନିୟମାବଳୀ ଅନୁସାରେ ବିଭିନ୍ନ ସିଏଚସି, ପିଏଚସି, ସବ୍-ସେଣ୍ଟର, ସବ୍-ଡିଷ୍ଟ୍ରିକ୍ଟଲ ସେଣ୍ଟର ଓ ଜିଲ୍ଲା ଡାକ୍ତରଖାନାରେ ଖାଲି ପଡ଼ିଥିବା ପରପୋଜ୍ ହେଲ୍ଥ ୱାର୍କର ପଦ ପୂରଣ ପ୍ରସଂଗକୁ ସରକାର ବିଚାରକୁ ନେବେ ଦେଢ଼ମାସ ଭିତରେ ସରକାର ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ ବିଶ୍ଵନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାମିଲ ପ୍ରାପ୍ତ ମହିଳା ସ୍ଵାସ୍ଥ୍ୟକର୍ମୀ ସଂଘର ସଭାପତି ବିଷ୍ଣୁପ୍ରିୟା ସିଂହଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୦ରେ କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨୨୪୬ ଓ ଦ୍ବିତୀୟ ପର୍ଯ୍ୟାୟରେ ୬୪୭୦ ଏଏନ୍ଏମଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହଠାତ୍ ଏହି ସ୍ବାସ୍ଥ୍ୟକର୍ମୀଙ୍କ ଚାକିରିରୁ ଅନ୍ତର କରାଯାଇଥିଲା । ସାଢେ ୮ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ ରୋଜଗାର ହରାଇ ଅତ୍ୟନ୍ତ ମାନସିକ ନିର୍ଯାତନା ଭୋଗୁଛନ୍ତି । ନିଖିଳ ଓଡ଼ିଶା ଅଣନିଯୁକ୍ତି ତାମିଲପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ବାରମ୍ବାର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସଂପର୍କରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହାପରେ ସଂଘ ପକ୍ଷରୁ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଆବେନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ ବନାୟକ, ଖଗେଶ୍ବର ବେହେରା ଓ ନୀହାରିକା ଦାସ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପ୍ରସଙ୍ଗରେ ମାମଲା
|
January 15, 2021 |



