ମୁଖ୍ୟମନ୍ତ୍ରୀଙ୍କୁ ଧର୍ମାନ୍ତରୀକରଣ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Spread the love

ରାଇରଙ୍ଗପୁର, 12.01.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଜିଲ୍ଲାର ବାମାନଘାଟି ଉପଖଣ୍ଡ ରାଇରଙ୍ଗପୁରସ୍ଥିତ ସାମାଜିକ ଶିକ୍ଷା ଓ ସଂସ୍କୃତିକ ସଂଘ, ଓଡ଼ିଶା, ରାଇରଙ୍ଗପୁର ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ‌ ପଟ୍ଟନାୟକଙ୍କୁ ଜିଲ୍ଲାପାଳ ବାମନଘଟିଙ୍କ ଜରିଆରେ ଦିଆଗଲା। ବର୍ତ୍ତମାନ ଯେଉଁ ଆଦିବାସୀ ପିଲାମାନେ ଷ୍ଟାଇପେଣ୍ଡ ରାଜ୍ୟ ଛାତ୍ର ବୃଦ୍ଧି ମାଧ୍ୟମରେ ଆଦେବନ କରୁଛନ୍ତି । ସେଥିରେ‌ ଏକମାତ୍ର ଧର୍ମ କାଡ଼ ଦିଆଯଇ (ହିନ୍ଦୁ) ବୋଲି ବାହାରୁଅଛି । ଏହାକୁ ଆସେକା ତୀବ୍ର ବିରୋଧ କରୁଛି । ଯେହେତୁ ଆମ ଦେଶ ହେଉଅଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏ ସମସ୍ତଙ୍କୁ ଧର୍ମର ସମାନ ଅଧିକାର ରହିଅଛି । ଭାରତରେ ସୀକୃତିପ୍ରାପ୍ତ ୬ଗୋଟି ଧର୍ମ ଯଥା ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିୟାନ, ଜୈନ ଏବଂ ବୌଦ୍ଧ ଏବଂ ଅନ୍ୟାନ୍ୟ ମଧ୍ୟ ଆଗରୁ ଆସିଥିଲା କିନ୍ତୁ ଦୁଃଖର ବିଷୟ ଓଡିଶା ସରକାର ସମସ୍ତ ଧର୍ମକୁ ବାଦ ଦେଇ କେବଳ ହିନ୍ଦୁ ଧର୍ମକୁ ସାମିଲ କରିଅଛନ୍ତି । ଆମ ଦାବି ସମସ୍ତ ଧର୍ମ ସହିତ ଅନ୍ୟାନ୍ୟ ଧର୍ମର ମଧ୍ୟ କାଡ଼ ରହିବା ଦରକାର । ଯଦି ସରକାର ଏହାକୁ ପରିବର୍ତ୍ତନ ନକରନ୍ତି ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟ ତଥା ମୟୂରଭଞ୍ଜର ସମସ୍ତ ସରକାରୀ ସଂସ୍ଥାକୁ ଅଚଳ କରି ଦିଆଯିବ । ଏହି ଅବସରରେ ଆସେକାର ସଭାପତି ରବୀନ୍ଦ୍ରନାଥ ହେମ, ସାଧାରଣ ସମ୍ପାଦକ ଜିତେନ୍ଦ୍ର ନାଥ ହାସଦା, ସାମାଜିକ ବିଭା ଚେୟାରମ୍ୟାନ ସୂର୍ଯ୍ୟ ହେମ୍ରମ, ପାରଗାନା ଭାଗବତ ହାସଦା, ପାରଗାନା ଖୋଲାରାମ ହାସଦା, ଦୁଖୁରାମ‌ ମୁର୍ମୁ, ଭବେନ୍ଦ୍ର ମୁର୍ମୁ, ଦାସମାତ ମାର୍ଣ୍ଡି, ମାନସ ହେମ୍ବ୍ରମ୍ , ଜଗନ୍ନାଥ ମୂମୁଁ, ସୁନ୍ଦର ମାହନ ମୁର୍ମୁ, ରାମଦାସ ମୁର୍ମୁ, ଦାସାୟ ସାରେନ, ନାଡୁ ମାଝୀ ଆଦି ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

Related Posts

About The Author

Add Comment