
ବେଦରୁ ନିର୍ବେଦ ହିଂସା ବାଦ ଛନ୍ଦ
ତୁମର ରଚନା ସବୁ
ସତ୍ୟଧର୍ମପଦ ଯୁଗଯୁଗାନ୍ତରେ
ତେଣୁ ନାମ ମହାପ୍ରଭୁ || ୧ ||
ନିଶବ୍ଦରୁ ଆସି ଶବଦରେ ପଶି
ଜନ୍ମିଲା ସଚରାଚର
ଦର୍ଶନ ମାତ୍ରକେ ଦୂରିତ ଖଣ୍ଡନ
ତେଣୁ ନାମ ଦାମୋଦର ||୨||
ଘୋର ବ୍ରହ୍ମନିଶି ଆଦି ରବି ଶଶୀ
ଦେଖନ୍ତେ ଯାଉଛି ବହି
କାଳକୂଟ ରାଶି ଅନ୍ଧକାର ଦିଶି
ନାମ ତୋ କଳା କହ୍ନାଇ ||୩।
ଜ୍ଞାନ ଖଡ୍ଗ ଘେନି ଶ୍ରୀ ହସ୍ତେ ଛେଦନ୍ତି
ଭକ୍ତ ଦୁଃଖ ହରହର ।
ପ୍ରକୃତି ଜଳପକେ ପୃଥୀ ରତନା ଓ ରଚିଲ
ତେଣୁ ନାମ ମାୟାଧର ||୪||
କରିଛି ଭିଆଣ ବ୍ରହ୍ମଘରୁ ଜ୍ଞାନ
ଜୀବ ପରେ ଦୟାଧାରୀ
ସୁଧା ମୃଦୁବାଣୀ ଶହାସ୍ର ବଖାଣି
ତେଣୁ ନାମ ମଧୁହାରୀ |୫|
ଏକ ପାଦଚିହ୍ନି ଧାନଯୋଗେ ଘେନି
ଭଜିବାକୁ କଲେ ମନ
କାକୁସ୍ଥ ବଚନେ କାରଣ ମାଗନ୍ତେ
ନାମ କମଳ ଲୋଚନ ।।୬।।
କଳା ଧଳା କଳ ମ କରି ଠୁଳ
ପ୍ରକୃତିରୁ ରୂପ ବେନି
ଦର୍ଶନ ମାତ୍ରକେ କଳୁଷ ହରଣ
ନାମ ତୋ ଶାରଙ୍ଗପାଣି ।।୭।।
ସ୍ତିରୀ ନ ବୋଲାଉ ପୁରୁଷ ତୁ ନୋହୁ
ଯହିଁ ନାହିଁ ଦିବାରାତି
ଦର୍ଶନକୁ ଘେନି ପ୍ରସନ୍ନ ହୁଅନ୍ତେ
ତେଣୁ ନାମ ଦାଶରଥି ।।୮।।
ନାମ ବାଡି ବୃଦ୍ଧି ହୃଦୟରେ ଚିନ୍ତି
ନୟନରୁ ବହେ ପାଣି
ନିରନ୍ତରେ ଆଶା ଭରସା କରନ୍ତେ
ତେଣୁ ନାମ ନୀଳମଣି I୯I
ଦୁର୍ଲଭ ସଂସାର ମନୁଷ୍ୟ ଶରୀର
ଦେହ ବହି ନାରଖାର ।
ଖଣ୍ଡଦେଇ ତୁଣ୍ଡେ ଭଣ୍ଡୁଅଛି ମୋତେ
ହେ ଅନାଦି ଯୋଗେଶ୍ଵର ||୧୦||
କର୍ମକାଣ୍ଡ ବାଣୀ ଦୁର୍ଗତିକି ଘେନି
କରୁଅଛି ଖଣ୍ଡ ଖଣ୍ଡ ।
ଭବସିନ୍ଧୁ ବୋଲି ନ ଜାଣଇ ସାମୀ
ମଣୁଛି ଅମୃତ ଭାଣ୍ଡ || ୧୧ ||
ଲିଙ୍ଗରାଜ ପଣ୍ଡା , ବାରିପଦା
Related Posts
About The Author
Add Comment