ଚଳିତ ବର୍ଷ ଚିଲିକାକୁ ଆଗମନ କରିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ

Spread the love

ପୁରୀ ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):-  ଚିଲିକାକୁ ଚଳିତବର୍ଷ ଆସିଛନ୍ତି ୧୨ ଲକ୍ଷରୁ  ଅଧିକ ବିଦେଶାଗତ ପକ୍ଷୀ । ଗତବର୍ଷ ଚିଲିକାକୁ ଆସିଥିଲେ ୧୧ ଲକ୍ଷରୁ ଅଧୂକ ପକ୍ଷୀ। ଲଗାତାର ୨ ବର୍ଷ ଧରି ୧୦ ଲକ୍ଷରୁ ଅଧିକ ପକ୍ଷୀ ଆସୁଛନ୍ତି । ଚଳିତ ବର୍ଷ ଚିଲିକାକୁ ନୂଆ ଅତିଥୁ ପକ୍ଷୀ‌ ଆସିଥିବା ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ CEO ସୁଶାନ୍ତ ନନ୍ଦଙ୍କ ସୂଚନା । ଏସିଆ ମହାଦେଶର ବୃହତ୍ତମ ପକ୍ଷୀ ବିହାର ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏଥ୍ୟପାଇଁ ୨୧ଟି ଟିମ୍ ନିୟୋଜିତ ହୋଇଥିଲେ। ୱାଇଲ୍ଡ ଲାଇଫ ଓଡିଶା, ଓୟୁଟି ଭୁବନେଶ୍ବରରୁ ଆସିଥିବା ପକ୍ଷୀ ବିଶାରଦ ମାନେ ବାଇନା କୁଲାର ସାହାଯ୍ୟରେ ପକ୍ଷୀ ଗଣନା ଚିଲିକାରେ ଆରମ୍ଭ କରିଥିଲେ। ସକାଳ ୬ ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଚିଲିକାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଚାଲିଥିଲା । ସମସ୍ତ ଟିମ ଗଣନା ସାରିବା ପରେ ଚୂଡାନ୍ତ ତାଲିକା ବାଲୁଗାଁ ଡିଏଫଓ କାର୍ଯ୍ୟାଳୟରେ ହସ୍ତାନ୍ତର କରିବା କରିବେ । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ , ବନ୍ୟପ୍ରାଣୀ ବନାଞ୍ଚଳ ବାଲୁଗାଁର  ଆନୁକୂଲ୍ୟରେ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଶୀତର ପ୍ରକୋପ ଅଧୁକ ଥିବାରୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିବା ନେଇ ଯାହା ଆଶା କରାଯାଉଥିଲା ତାହା ଗଣନାରେ ପ୍ରତିଫଳିତ ହୋଇଛି । ନଳବଣ ପାଇଁ ୪ ଟିମ କୃଷ୍ଣପ୍ରସାଦ ୧,ସାତପଡ଼ା ୪,ଟାଙ୍ଗି ୮ ବାଲୁଗାଁ-୫ ,ନୂଆପଡା-୧ – ରମ୍ଭା -୩ ପାଇଁ ଗୋଟିଏ ଟିମ ନିୟୋଜିତ ହୋଇଛନ୍ତି । ଏହିପରି ଚିଲିକାରେ ୨୧ ଟି ଟିମ ପକ୍ଷୀ ଗଣନା ପାଇଁ ଘୁରି ବୁଲୁଛନ୍ତି ।

Related Posts

About The Author

Add Comment