ଯାଜପୁର, ୨୮/୧୨/୨୦୨୦(ସନ୍ଧାନ ନିଉଜ୍) : ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ବଂଶଜ କବି ଶରତ କୁମାର ଜେନାଙ୍କ ପିତୃ ବିୟୋଗ ହୋଇଯାଇଛି । କବିଙ୍କ ପିତା ସ୍ୱର୍ଗତ ନିଶାକର ଜେନାଙ୍କର ଗତକାଲି ବ୍ୟଞ୍ଜନ ଦ୍ୱାଦଶୀ ତିଥିରେ ବାର୍ଦ୍ଧକ୍ୟ ଜନିତ ରୋଗରେ ବିୟୋଗ ଘଟିଛି । ତାଙ୍କୁ ମୃତୁ୍ୟ ବେଳକୁ ୯୩ ବର୍ଷ ବୟସ ହୋଇଥିଲା । ସେ ଜଣେ ଆଦର୍ଶ କୃଷକ ଥିଲେ । ଅତ୍ୟନ୍ତ ଧର୍ମପ୍ରାଣ ବ୍ୟକ୍ତଥିଲେ । ସାରାଜୀବନ କେବଳ କର୍ମକୁ ବିଶ୍ୱାସ ରଖି ନିଜର କର୍ମମୟ ଜୀବନ ଅତିବାହିତ କରୁଥିଲେ । ତାଙ୍କର ୩ ପୁଅ ୩ ବହୁ ଙ୍କ ସମେତ ସପରିବାର ମୃତୁ୍ୟ ଶଯ୍ୟାନିକଟରେ ଉପସ୍ଥିତ ଥିଲେ । ସ୍ୱର୍ଗତ ଜେନାଙ୍କର ବିୟୋଗରେ ସାରା ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି ।
କବି ଶରତ ଜେନାଙ୍କ ପିତୃ ବିୟୋଗ ରେ ଶୋକ
|
December 28, 2020 |
![](https://sandhannews.com/wp-content/uploads/2020/12/sandhan-222-730x430-1.jpg)